ନୂଆଦିଲ୍ଲୀ: ଏସବିଆଇକୁ ଲାଗିଲା ପୁଣି ଏକ ଝଟକା । ନିର୍ବାଚନୀ ବଣ୍ଡ ମାମଲାରେ ପୁଣି ଏସବିଆଇ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ନିର୍ବାଚନୀ ବଣ୍ଡର ସମସ୍ତ ୟୁନିକ୍ ନମ୍ବର ନିର୍ବାଚନ କମିଶନଙ୍କୁ ଦେବା ପାଇଁ ଏସବିଆଇକୁ ତାଗିଦ୍ କରିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି କହିଛନ୍ତି ଯେ, ଏସବିଆଇକୁ ସମସ୍ତ ଆବଶ୍ୟକୀୟ ସୂଚନା ଦେବାକୁ ପଡିବ। ଏହା ଉପରେ ଏସବିଆଇ କହିଛି ଯେ ତା’କୁ ବଦନାମ କରାଯାଉଛି।
ବାସ୍ତବରେ, ଯେତେବେଳେ ଶେଷ ଥର ପାଇଁ ନିର୍ବାଚନ ବଣ୍ଡ ସମ୍ପର୍କରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା, ସେତେବେଳେ ବଣ୍ଡର ୟୁନିକ ନମ୍ବର ପ୍ରକାଶ ନକରିବାକୁ ନେଇ କୋର୍ଟ ଏସବିଆଇକୁ ପ୍ରଶ୍ନ କରିଥିଲେ। କୋର୍ଟ କହିଛନ୍ତି ଯେ, ଏସବିଆଇ ୟୁନିକ ନମ୍ବର ପ୍ରକାଶ କରିବାକୁ ବାଧ୍ୟ। ୟୁନିକ ନମ୍ବର ମାଧ୍ୟମରେ ଏହା ଜଣା କେଉଁ ରାଜନୈତିକ ଦଳର କେଉଁ ବ୍ୟକ୍ତି ଦାକ କରିଛନ୍ତି ତାହା ସହଜରେ ଜଣାପଡିବ ।
ସୁପ୍ରିମକୋର୍ଟର ମୁଖ୍ୟ ବିଚାପତି କହିଛନ୍ତି, ନିର୍ଦ୍ଦେଶ ଦିଆଯିବା ସତ୍ତ୍ଵେ ମଧ୍ୟ କାହିଁକି ସମସ୍ତ ତଥ୍ୟ ଦିଆଗଲା ନାହିଁ । କୌଣସି ତଥ୍ୟକୁ ନ ଲୁଚାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଏସବିଆଇ ମାନିବାକୁ ବାଧ୍ୟ । ଗୁରୁବାର ସନ୍ଧ୍ୟା ୫ଟା ସୁଦ୍ଧା ସମସ୍ତ ତଥ୍ୟ ନିର୍ବାଚନ କମିଶନକୁ ଦେବା ପାଇଁ ଏସବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । । ତଥ୍ୟ ସହ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ବଣ୍ଡର ସମସ୍ତ ୟୁନିକ୍ ନମ୍ବର ନିର୍ବାଚନ କମିସନଙ୍କୁ ଦେବ ଏସବିଆଇ । ୱେବସାଇଟରେ ସମସ୍ତ ତଥ୍ୟ ପ୍ରଦାନ କରିବେ ନିର୍ବାଚନ କମିଶନ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
Comments are closed.