ଭୁବନେଶ୍ୱର: ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ସମୀକ୍ଷା କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କର ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଗୁରୁତ୍ୱପୂର୍ଣ୍ଣ ଗସ୍ତ କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୨ ତାରିଖ ଶୁକ୍ରବାର ଦିନ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀ (ନିର୍ବାଚନ) ସଂଜୟ କୁମାର ଓ ଅନ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ସହ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଚାରୋଟି ଜିଲ୍ଲାର ଜିଲ୍ଲାପାଳ
ଯଥା-କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ଡିଆଇଜି-ସୁନାବେଡ଼ା, ଆରକ୍ଷୀ ଅଧୀକ୍ଷକ ଓ ୧୪ଟି ବିଧାନସଭା ଆସନର ରିଟର୍ଣ୍ଣିଂ ଅଫିସରମାନଙ୍କ ସହ ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିବେ ।
ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ମତଗଣନା କେନ୍ଦ୍ରଗୁଡ଼ିକୁ ମଧ୍ୟ ପରିଦର୍ଶନ କରିବେ । ଆଇନଶୃଙ୍ଖଳା ପରିସ୍ଥିତି ସହ ନିର୍ବାଚନ ପରିଚାଳନାର ସମସ୍ତ ଦିଗ, ପୋଷ୍ଟାଲ ବାଲାଟ୍, ନିର୍ବାଚନ ଖର୍ଚ୍ଚ ମନିଟରିଂ ଆଦି ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ୨୩-୦୩-୨୦୨୪ରେ ମୁଖ୍ୟ ନିର୍ବାଚନ ଅଧିକାରୀ ନବରଙ୍ଗପୁର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି ।
Comments are closed.