Latest Odisha News

BREAKING NEWS

ମେଣ୍ଟକୁ ଚାହିଁଛି ଓଡ଼ିଶା କଂଗ୍ରେସ ! କାହିଁକି ପଢନ୍ତୁ ପୂରା ରିପୋର୍ଟ

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ରାଜ୍ୟ କଂଗ୍ରେସ। ଗୋଟିଏ ପଟେ ଟାଣୁଆ ପ୍ରାର୍ଥୀ ଖୋଜୁଥିବା ବେଳେ ଅନ୍ୟ ପଟେ ମେଣ୍ଟରୁ ଫାଇଦା ନେବାକୁ ଚାହିଁ ବସିଛି ଦଳ। ଦଳ ଆଶା ରଖି କି ମେଣ୍ଟ ହେଲେ ବିଜେପି ଓ ବିଜେଡ଼ିରୁ ଅନେକ ଟାଣୁଆ ପ୍ରାର୍ଥୀ କଂଗ୍ରେସରେ ସାମିଲ ହୋଇ ପାରନ୍ତି। ଫଳରେ ନେତାଙ୍କ ଲୋକପ୍ରିୟତା ଓ ସ୍ୱଚ୍ଛତାକୁ ଦେଖି ଟିକେଟ ଦେବ। ମାର୍ଚ୍ଚ ଆରମ୍ଭରୁ ପ୍ରାର୍ଥି ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀ ଘୋଷଣା କରିନାହିଁ କଂଗ୍ରେସ।

ଓଡ଼ିଶାକୁ ଛାଡ଼ି ବର୍ତ୍ତମାନ ସୁଦ୍ଧା ଦୁଇଟା ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିସାରିଲାଣି କଂଗ୍ରେସ। ସେପଟେ ଏଆଇସିସିର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ରାଜ୍ୟର ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସମୀକ୍ଷା କରିସାରିଛନ୍ତି। ବେଣୁଗୋପାଳ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା, ନିର୍ବାଚନ ପ୍ରଚାର, ସଂଗଠନ କାର୍ଯ୍ୟ, ତଥା ଦଳୀୟ ସ୍ଥିତି ସମ୍ପର୍କରେ ରାଜ୍ୟ ନେତୃବୃନ୍ଦ ଶୀର୍ଷ ନେତୃତ୍ୱଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଉଭୟ ଲୋକସଭା ଓ ବିଧାନସଭାର ନିର୍ବାଚନ ପାଇଁ ପ୍ରଗମନ ଆପରେ ଆବେଦନ କରିଥିବା ପ୍ରାର୍ଥୀ ଓ ଦୁଇଟି ସ୍କ୍ରିନିଂ କମିଟି ବୈଠକର ହୋଇଥିବା ଆଲୋଚନା ସମ୍ପର୍କରେ ସୂଚନା ମିଳିଛି। ତେବେ କଂଗ୍ରେସ ଖୁବ ଶୀଘ୍ର ପ୍ରାର୍ଥୀ ଘୋଷଣା କରିବା ନେଇ ସୂଚନା ରହିଛି।

ରାଜ୍ୟର ୨୧ଟି ଲୋକସଭା ଆସନ ଓ ୧୪୭ଟି ବିଧାନସଭା ଆସନରେ ପ୍ରାର୍ଥୀ ଚୟନ ପରିପ୍ରେକ୍ଷୀରେ ସର୍ଭେ ରିପୋର୍ଟ ସମ୍ପର୍କରେ ରାଜ୍ୟ ନେତୃବୃନ୍ଦ ଶୀର୍ଷ ନେତୃତ୍ୱଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟରେ ନିର୍ବାଚନ ପ୍ରଚାରର ରୂପରେଖ କେମିତି ରହିବ, କେଉଁ ନେତାମାନେ ଏହାର ଦାୟିତ୍ୱ ନେବେ, କାହାକୁ ଷ୍ଟାର କ୍ୟାମ୍ପେନର ଦାୟିତ୍ୱ ଦିଆଯିବ ସେନେଇ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ, ବରିଷ୍ଠ ନେତା ରାହୁଲ ଗାନ୍ଧୀ, ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ରହିଥିଲେ।

Comments are closed.