ଭୁବନେଶ୍ୱର: ଦ୍ବିତୀୟ ପର୍ଯ୍ୟାୟରେ ବିଜେଡି ଛଅଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପୁରୀରୁ ଅରୂପ ପଟ୍ଟନାୟକ, ଢେଙ୍କାନାଳରୁ ଅବିନାଶ ସାମଲ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, କଟକରୁ ସଂତୃପ୍ତ ମିଶ୍ର ଏବଂ ଯାଜପୁରରୁ ଶର୍ମିଷ୍ଠା ସେଠୀଙ୍କୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ।
ଦିନ ଦୁଇଟା ବେଳେ ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇଥିଲା। ଯେଉଁଥିରେ ଭୁବନେଶ୍ବର ଆସନ ପାଇଁ ମନ୍ମଥ ରାଉତରାୟ, ସମ୍ବଲପୁର ପ୍ରଣବ ପ୍ରକାଶ ଦାସ, ମୟୂରଭଞ୍ଜରୁ ସୁଦାମ ମାରାଣ୍ଡି, କେନ୍ଦ୍ରାପଡାରୁ ଅଂଶମାନ ମହାନ୍ତି, ନବରଙ୍ଗପୁରରୁ ପ୍ରଦୀପ ମାଝୀ, ସୁନ୍ଦରଗଡରୁ ଦିଲ୍ଲୀପ ତିର୍କୀ, କଳାହାଣ୍ଡିରୁ ଲମ୍ବୋଧର ନିଆଳ, ଆସ୍କା ରଂଜିତା ସାହୁ, କୋରାପୁଟରୁ କୌଶଲ୍ୟା ହିକ୍କା।
ତେବେ ଦ୍ବିତୀୟ ପର୍ଯାୟ ତାଲିକାରେ ପୂର୍ବରୁ ବିଜେଡିରୁ ପିନାକୀ ମିଶ୍ର ପ୍ରତିନିଧିତ୍ବ କରୁଥିବା ବେଳେ ଢେଙ୍କାନାଳରୁ ମହେଶ ସାହୁ, କଟକରୁ ଭର୍ତ୍ତୃହରି ମହତାବ (ଏବେ ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି) ନିର୍ବାଚିତ ହୋଇଥିଲେ।