Latest Odisha News

BREAKING NEWS

ଏତିକି ବେଳୁ ଜଳିଲାଣି ପୁରା ଓଡିଶା, ଦିନ ୧୧ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ମୁହାଁ

ଭୁବନେଶ୍ଵର: ଏବେଠୁ ଜଳିଲାଣି ପୁରା ଓଡିଶା । ଆଗକୁ କେତେ? ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ବରର ପାରଦ ୩୬ ଡିଗ୍ରୀ ଟପିଛି । ଯାହା ସ୍ବାଭାବିକରୁ ଅଧିକ । ତେଣୁ ରାଜ୍ୟରେ ଏବେଠାରୁ ଯେଉଁଭଳି ଗ୍ରୀଷ୍ମ ଅନୁଭୂତ ହେଲାଣି ହୁଏତ ଏହା ପୂର୍ବବର୍ଷ ଗୁଡିକର ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି । ଆସନ୍ତା ଦୁଇ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ୪୦ ଡିଗ୍ରୀ ଛୁଇଁବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଗତକାଲି ୫ ସହରର ଦିନ ତାପମାତ୍ରା ୩୯ ଡିଗ୍ରୀ ରହିଥିଲା । ସେପଟେ ଭୁବନେଶ୍ଵରର ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ କରାଯାଇଥିଲା । ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୩୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଭବାନୀପାଟଣା, ଟିଟିଲାଗଡ଼, ନୟାଗଡ଼ ଓ ପାରଳାଖେମୁଣ୍ଡିର ଦିନ ତାପମାତ୍ରା ୩୯ ଡିଗ୍ରୀ ଉପରେ ଥିଲା । ତେବେ ଏହି ପରି ତାତି ଆଗକୁ ମଧ୍ୟ ଜାରି ରହିବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ସେପଟେ ଆଜି ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ଵର ଏବଂ କେନ୍ଦୁଝରର ତାପମାତ୍ରା ୩୬ ଡିଗ୍ରୀ ଅତିକ୍ରମ କରିଛି । ସେହିପରି ଚାନ୍ଦବାଲିରେ ୩୬.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡାରେ ୩୫.୪ ଡିଗ୍ରୀ, ସମ୍ବଲପୁରରେ ୩୫.୨ ଡିଗ୍ରୀ, ହୀରାକୁଦରେ ୩୪.୬ ଡିଗ୍ରୀ, ବାଲେଶ୍ୱରରେ ୩୪.୨ ଡିଗ୍ରୀ, ରାଉରକେଲାରେ ୩୩.୪ ଡିଗ୍ରୀ, ପୁରୀରେ ୩୨.୪ ଡିଗ୍ରୀ, ପାରାଦୀପରେ ୩୧.୪ ଡିଗ୍ରୀ ଏବଂ ଗୋପାଳପୁରରେ ୩୦.୮ ଡିଗ୍ରୀ ରେକର୍ଡ କରାଯାଇଛି ।

 

Comments are closed.