Latest Odisha News

ପୃଥିବୀର ଏହି ସ୍ଥାନରେ ସର୍ବାଧିକ ଥର ଦେଖାଯାଇଛି ସୂର୍ଯ୍ୟପରାଗ

ୱାଶିଂଟନ: ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଆଜି ହେବ । ଏହି ଭୌଗଳିକ ଘଟଣାକୁ ଉତର ଆଟାଂଲାଂଟା ନିକଟସ୍ଥ ଦେଶର ଲୋକମାନେ ଏହାକୁ ଦେଖିପାରିବେ । ମେକ୍ସିକୋ, ଆମେରିକା ଓ କାନାଡାରେ ଏହା ସମ୍ପୂର୍ଣ୍ଣ ଦେଖାଯିବ । ୫୦ ବର୍ଷ ମଧ୍ୟରେ ଏଥର ଲମ୍ବା ସୂର୍ଯ୍ୟପରାଗ ଅନୁଷ୍ଠିତ ହେବ । ତେବେ ପୃଥିବୀର ଏପରି ଏକ ସ୍ଥାନ ଅଛି ଯେଉଁଠାରେ ସର୍ବାଧିକ ଥର ସୂର୍ଯ୍ୟପରାଗ ଦୃଶ୍ୟମାନ ହୋଇଛି । ୧୫୦୦୦ ବର୍ଷର ଗବେଷଣା ପରେ ଟାଇମ ଆଣ୍ଡ ଡେଟ ୱେବସାଇଟ ଅନୁସାରେ ଆର୍କଟିକ ଓ ଆଟାଂର୍କଟିକ ସର୍କଲର ଉଚ୍ଚ ଅକ୍ଷାଂଶରେ ସର୍ବାଧିକ ଥର ସୂର୍ଯ୍ୟପରାଗ ଦୃଶ୍ୟମାନ ହୋଇଛି । ପ୍ରତ୍ୟେକ ୨ ବ୍ୟବଧାନରେ ଏହି ଭୌଗଳିକ ଘଟଣା ଏଠାରେ ଦେଖା ଯାଇଥାଏ ।

ଏହି ଗବେଷଣାରେ କୁହାଯାଇଛି ଯେ, ପ୍ରତ୍ୟେକ ସହର ୩୭୪ ବର୍ଷରେ ଥରେ ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ ଅନୂଭୁତ ହେବ । ୨୨୬ ବର୍ଷରେ ଥରେ ରିଙ୍ଗ ଅଫ ଫାୟାର ଓ ୨.୬ ବର୍ଷରେ ଆଂଶିକ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ । ସୂର୍ଯ୍ୟପରାଗକୁ ନେଇ ବିଭିନ୍ନ ପ୍ରକାରର ତଥ୍ୟ ପ୍ରକାଶ ପାଉଛି । ତେବେ ନାସା ଏବଂ ଅନ୍ୟ ବିଶ୍ୱସ୍ତ ସାଇଟରେ ଏ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଯତ୍ନବାନ ହେବା ଉଚିତ । ଏହା ପ୍ରକୃତିର ଏକ ଖେଳ । ଏହାକୁ ଭୟ ନ କରି ସତର୍କତାର ସହ ଉପଭୋଗ କରିବା ପାଇଁ ବୈଜ୍ଞାନିକମାନେ କହିଛନ୍ତି । ଭାରତରେ ଏହା ଦୃଶ୍ୟମାନ ହେବନି ।

Comments are closed.