Latest Odisha News

BREAKING NEWS

‘କ୍ଷମତାକୁ ଆସିଲେ ଲୋକଙ୍କୁ କମ୍ ଦାମରେ ଦେବି କ୍ୱାଲିଟି ମଦ’

ବିଶାଖାପାଟନମ୍: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ । ସରଗରମ ହେଲାଣି ରାଜନୈତିକ ମାହୋଲ । ଆରମ୍ଭ ହୋଇଗଲାଣି ରାଜନୈତିକ କସରତ । ନେତା ମନ୍ତ୍ରୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପନ୍ଥା ଆପଣଉଛନ୍ତି । ଏହାରି ଭିତରେ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି ।

ଆନ୍ଧ୍ରପ୍ରଦେଶର କୁପମ ଆସନରୁ ଚନ୍ଦ୍ରବାବୁ ନାଇଡୁ ପ୍ରାର୍ଥୀ ହୋଇଛନ୍ତି । କୁପମରେ ସେ ଆଜି ଏକ ରାଲିକୁ ସମ୍ବୋଧନ କରିବା ସମୟରେ ସେ ଭୋଟରଙ୍କୁ ଲୋଭ ଦେଖାଇଛନ୍ତି । ସେ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶରେ କ୍ଷମତାକୁ ଫେରିଲେ ତାଙ୍କ ସରକାର ଭୋଟର୍‌ଙ୍କୁ କ୍ବାଲିଟି ମଦ ଯୋଗାଇଦେବ ବୋଲି ପ୍ରତିଶୃତି ଦେଇଛନ୍ତି ।

ସେ ଆହୁରି କହିଛନ୍ତି, ‘ଜଗନ ରେଡ୍ଡୀ ସରକାର ବେଳେ ମଦ ଦର ୬୦ ଟଙ୍କାରୁ ୨୦୦ ଟଙ୍କା କୁ ବୃଦ୍ଧି ପାଇଛି । ୱାଇଏସଆର କଂଗ୍ରେସ ସରକାର ନିମ୍ନ ମାନର ମଦରେ ଅଧିକ ଦାମ୍ ନେଉଛି ବୋଲି ନାଇଡୁ ଦାବି କରିଛନ୍ତି । ତେଣୁ ଆମ ସରକାର

ଆନ୍ଧ୍ରପ୍ରଦେଶରେ ମେଣ୍ଟରେ ସାମିଲ ଥିବା ଅନ୍ୟତମ ଦଳ ଜନସେନା ମୁଖ୍ୟ ପବନ କଲ୍ୟାଣ କହିଛନ୍ତି, ନିମ୍ନ ମାନର ମଦ ପିଇଲେ ଲୋକେ ଅସୁସ୍ଥ ହେବା ନିଶ୍ଚିତ । ମଦ କିଣିବା ବେଳେ କାହିଁକି ଡିଜିଟାଲ ପେମେଣ୍ଟ ଗ୍ରହଣ କରାଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିପରି, ଆନ୍ଧ୍ରରେ ମଦ କାରବାର ବେଳେ ଦୁର୍ନୀତି ହେଉଛି । ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ଆନ୍ଧ୍ର ବିଜେପି ସଭାପତି ଡି ପୁରନ୍ଦେଶ୍ୱରୀ କହିଛନ୍ତି ।

ତେବେ ଚଳିତ ଥର ଆନ୍ଧ୍ରପ୍ରଦେଶରେ ଲୋକସଭା ସହ ବିଧାନସଭା ନିର୍ବାଚନ ମଧ୍ୟ ହେବ। ଚଳିତ ଥର ଟିଡିପି-ଏନ୍‌ଡିଏ-ଜନସେନା ପାର୍ଟି ମଧ୍ୟରେ ମେଣ୍ଟ ହୋଇଛି ।

Comments are closed.