Latest Odisha News

BREAKING NEWS

ଆପଣଙ୍କ ପିଲାଙ୍କ ପାଇଁ ଭିଟାମିନ୍-ଡି କେତେ ଜରୁରୀ ?

ଆପଣଙ୍କ ପିଲାଙ୍କ ପାଇଁ ଭିଟାମିନ୍-ଡି କେତେ ଜରୁରୀ ?

ଭିଟାମିନ-ଡି ର ଅଭାବ କେବଳ ବୟସ୍କ ଲୋକ ମାନଙ୍କ ପାଖରେ ଦେଖାଯାଏ ନାହିଁ ଏହା ନବଜାତ ଶିଶୁ ମାନଙ୍କ ନିକଟରେ ମଧ୍ୟ ପରିଲିକ୍ଷିତ ହୋଇଥାଏ । ବୟସ୍କ ମାନଙ୍କ ପରି ଛୋଟ ପିଲାଙ୍କର ମଧ୍ୟ ନିର୍ଦ୍ଧିଷ୍ଟ ମାତ୍ରାରେ ଭିଟାମିନ୍-ଡି ଦରକାର ହୋଇଥାଏ । ସେଥିପାଇଁ ଆଗକାଳରେ ଛୋଟ ପିଲାଙ୍କର ମାଲିସ ହାଲୁକା ସୂର୍ଯ୍ୟ କିରଣରେ କରାଯାଇଥାଏ । ଏହି କାରଣରୁ ଆଗ କାଳରେ ପିଲାମାନଙ୍କ ପାଖରେ ସେତେଟା ଭିଟାମିନ-ଡି ର ଅଭାବ ଦେଖା ଯାଇନଥାଏ । ବର୍ତ୍ତମାନ ଏହା ଏକ ସାମାନ୍ୟ ସମସ୍ୟା ହୋଇ ଗଲାଣି ।

ଯେଉଁଠି ଭିଟାମିନ-ଡି ଅନେକ ଭିଟାମିନର ଅବଶୋଷଣ ପାଇଁ ଜରୁରୀ ଅଟେ । ଏହାର ଅଭାବରେ ଶରୀରର ବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ । ସୂର୍ଯ୍ୟ ହୋଉଛନ୍ତି ଭିଟାମିନ-ଡି ର ଏକ ଉତ୍ତମ ଉତ୍ସ ଓ ଭିଟାମିନ୍-ଡିର ଅଭାବ ଖାଦ୍ୟ ମଧ୍ୟ ପୂରଣ କରିପାରିବ । ଏଥିସହିତ ଆପଣ ଡାକ୍ତର ଙ୍କ ପରାର୍ମଶ ମଧ୍ୟ ନେଇ ପାରିବେ ।

ସାଧାରଣତଃ ଭିଟାମିନ-ଡି ର ଅଭାବ ପ୍ରାରାମ୍ଭରେ ନଜରକୁ ଆସିନଥାଏ । କିନ୍ତୁ ଏହାର କିଛି ମୁଖ୍ୟ ଲକ୍ଷଣ ମାନ ରହିଛି । ଯଦି ଆପଣଙ୍କ ପିଲାଙ୍କ ଠାରେ ଭିଟାମିନ-ଡି ର ଅଭାବ ରହିଛି ଆପଣ ଡାକ୍ତରଙ୍କ ପରାମର୍ଶ ନେଇପାରିବେ ।

ଭିଟାମିନ-ଡି ଅଭାବରୁ ବିଭିନ୍ନ ଲକ୍ଷଣ

ଭିଟାମିନ-ଡି ର ଅଭାବ ରୁ ପିଲାମାନେ ଅଳ୍ପ ନଇଁ କରି ଚାଲନ୍ତି । ସେମାନଙ୍କ ମେରୁ ଦଣ୍ଡ ଉପରେ ଗଭୀର ପ୍ରଭାବ ପକାଇଥାଏ ।

ଯଦି ଆପଣଙ୍କ ପଲାର ମସ୍ତିଷ୍କ ର ଖପୁରୀ ଅତ୍ୟନ୍ତ ନରମ ତେବେ ଏହା ଭିଟାମିନ-ଡି ଅଭାବର ଲକ୍ଷଣ ।


ଯଦି ପିଲାଟି ନିଜର ଶରୀରର ଭାର ଉଠାଇ ପାରୁନଥାଏ ଏବଂ ବସିବାରେ ଓ ଚାଲିବାରେ କଷ୍ଟ ଅନୁଭବ କରୁଥାଏ ତାହାଲେ ଆପଣ ଜାଣିବା ଏହା ଭିଟାମିନ-ଡି ର ଲକ୍ଷଣ ।

ଯଦି ଆପଣଙ୍କ ପିଲାର ଆଙ୍ଗୁଳି ବଙ୍କା ଏବଂ ଗୋଡ ସିଧା ନୁହେଁ । ତେବେ ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ । ଦେଖିବେ ଏହା ର ଅଭାବ ଡାକ୍ତରଙ୍କ ଦ୍ୱାରା ପୂରଣ ହୋଇପାରିବ ।

Leave A Reply

Your email address will not be published.