Latest Odisha News

କେହି ଦଙ୍ଗା କରିବାକୁ ଆସୁଛନ୍ତି ତ ମୁଣ୍ଡକୁ ଥଣ୍ଡା ରଖି ଚୁପ୍ ରୁହନ୍ତୁ: ଇଦ୍ ରେ କହିଲେ ମମତା…

ନୂଆଦିଲ୍ଲୀ: ପୁଣି ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ଇଡି, ଏନଆଇଏ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିର କାର୍ଯ୍ୟାନୁଷ୍ଠାନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଇଦ୍-ଉଲ୍-ଫିତର ଅବସରରେ କୋଲକାତାର ରେଡ୍ ରୋଡରେ ଏକତ୍ର ହୋଇଥିବା ଲୋକମାନଙ୍କୁ ଏବଂ ତାଙ୍କ କର୍ମୀଙ୍କୁ ସମ୍ବୋଧିତ କରି ମମତା ବାନାର୍ଜୀ କହିଛନ୍ତି, “ଯଦି କେହି ଦଙ୍ଗା କରିବାକୁ ଆସନ୍ତି, ତେବେ ଆପଣମାନେ ଚୁପ୍ ରୁହନ୍ତୁ, ମୁଣ୍ଡକୁ ଥଣ୍ଡା ରଖନ୍ତୁ । କାରଣ ଏପରି କ୍ଷେତ୍ରରେ କୌଣସି କେନ୍ଦ୍ରିୟ ଏଜେନ୍ସିକୁ ଦାୟିତ୍ଵ ଦିଆଯାଏନାହିଁ। କିନ୍ତୁ ଯଦି କୌଣସି ସ୍ଥାନରେ ବିସ୍ଫୋରଣ ଘଟିଛି ତେବେ ସେମାନେ ଯାଞ୍ଚ ପାଇଁ ଏନଆଇଏକୁ ନିର୍ଦ୍ଦେଶ ଦିଅନ୍ତି । ଏବଂ କୁହନ୍ତି କି ସମସ୍ତଙ୍କୁ ଗିରଫ କର । ଏମିତି ସମସ୍ତଙ୍କୁ ଗିରଫ କରି କରି ଆପଣଙ୍କ ଦେଶ ସମ୍ପୁର୍ଣ୍ଣ ଖାଲି ହୋଇଯିବ । ଆମେ ମାନେ ସୁନ୍ଦର ଆକାଶ ଚାହୁଁଛୁ, ଯେଉଁଥିପାଇଁ ସମସ୍ତେ ଏକାଠି ରହିବା ନିହାତି ଜରୁରୀ ।

ଲୋକସଭା ନିର୍ବାଚନ ପୂର୍ବରୁ ତ୍ରୁଣମୁଳ କଂଗ୍ରେସ (ଟିଏମସି) ଏବଂ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) କୁ ନେଇ ବିବାଦ ଦେଖାଦେଇଛି। ପ୍ରକୃତରେ, ଏନଆଇଏ ଟିମ୍ ୨୦୨୨ ବୋମା ବିସ୍ଫୋରଣ ମାମଲାରେ ଗତ ଏପ୍ରିଲ ୬ ତାରିଖରେ ପୂର୍ବ ମେଦିନାପୁର ଜିଲ୍ଲାର ଭୁପତିନଗରରେ ଚଢାଉ କରିଥିଲେ । ଏହି ସମୟରେ ଏନଆଇଏ ଟିମ୍ ଉପରେ ଆକ୍ରମଣ କରାଯାଇଥିଲା । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ତ୍ରୁଣମୁଳ କଂଗ୍ରେସ ଏପରେ ସମ୍ବିଧାନକୁ ନଷ୍ଟ କରି ଦୁର୍ନୀତିଗ୍ରସ୍ତ ନେତାଙ୍କ ସୁରକ୍ଷା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ କରିଥିବାବେଳେ ଅନ୍ୟପକ୍ଷରେ ମମତା ବାନାର୍ଜୀ କେନ୍ଦ୍ରୀୟ ଏଜେନ୍ସିମାନେ ତ୍ରୁଣମୁଳ କଂଗ୍ରେସର ନେତାମାନଙ୍କୁ ବିଜେପିରେ ଯୋଗଦେବାକୁ ଧମକ ଦେଉଛନ୍ତି ବୋଲି କହି ଅଭିଯୋଗ କରିଥିଲେ ।

ଦୁଇ ନେତାଙ୍କ ମଧ୍ୟରେ ଚାଲିଥିବା ଏହି କଥା କଟାକଟିକୁ ବେଲେ ସେପଟେ ଏନଆଇଏ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଥିଲା । ଯେଉଁଥିରେ କୁହାଯାଇଥିଲା ଯେ, ସେମାନେ କୌଣସି ଖରାପ ଉଦ୍ଦେଶ୍ୟ ରଖି ଚଢାଉ କରିନଥିଲେ । କିନ୍ତୁ ଏହି କଥା କହୁ କହୁ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଏହାପରେ ଏପ୍ରିଲ ୭ ତାରିଖରେ ପଶ୍ଚିମବଙ୍ଗର ଜାଲପାଇଗୁଡିରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ଟିଏମସିକୁ ପୁଣି ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ ଟିଏମସି ଏହାର ଦୁର୍ନୀତିଗ୍ରସ୍ତ ନେତାମାନଙ୍କୁ ଖୋଲାଖୋଲି ଭାବେ କାର୍ଯ୍ୟ କରିବାକୁ ଲାଇସେନ୍ସ ଦେବାକୁ ଚାହୁଁଛି । ସେଥିପାଇଁ ଯେତେବେଳେ କେନ୍ଦ୍ରୀୟ ଏଜେନ୍ସି ପଶ୍ଚିମବଙ୍ଗକୁ ଆସନ୍ତି, ଟିଏମସି ସେମାନଙ୍କ ଉପରେ ଆକ୍ରମଣ କରେ । ଟିଏମସି ହେଉଛି ଏକ ଏପରି ଦଳ ଯିଏ ଆମର ଆଇନ ବ୍ୟବସ୍ଥା ଏବଂ ସମ୍ବିଧାନକୁ ନଷ୍ଟ କରିବାକୁ ଚାହୁଁଛି।

Comments are closed.