କଟକ: ବାତିଲ ହେଲା ଏଲଏଲବି ଷଷ୍ଠ ସେମିଷ୍ଟାରର ପେପର-୧ ପରୀକ୍ଷା । ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ୨୮ କଲେଜର ପରୀକ୍ଷା ବାତିଲ କରାଯାଇଛି । ସିଲାବସ୍ ବାହାରୁ ପ୍ରଶ୍ନପତ୍ର ଆସିଥିବା ନେଇ ଅଭିଯୋଗ ହେବା ପରେ ପରୀକ୍ଷା ବାତିଲ କରିଛନ୍ତି ବିଶ୍ଵବିଦ୍ୟାଳୟ କତ୍ତୃପକ୍ଷ । ଏନେଇ ସୂଚନା ଦେଇଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ।
ସୂଚନା ଅନୁସାରେ, କଟକ ସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ୨୮ଟି ମହାବିଦ୍ୟାଳୟର ପରୀକ୍ଷା ବାତିଲ୍ ହୋଇଛି। ଆଇନ ସ୍ନାତକ ପାଠ୍ୟକ୍ରମର ଶେଷ ବା ଷଷ୍ଠ ସେମିଷ୍ଟର ପରୀକ୍ଷାରେ ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବାରୁ ପରୀକ୍ଷା ବାତିଲ କରାଯାଇଛି। ଏ-ନେଇ ବିଶ୍ବଦ୍ୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ପରୀକ୍ଷା କେବେ ହେବ ତାହା ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ ବୋଲି କୁହାଯାଇଛି।
Comments are closed.