Latest Odisha News

BREAKING NEWS

ବାପା ନୁହେଁ ଉତ୍ତରାଧିକାରୀ ପ୍ରାର୍ଥୀ ତାଲିକାରେ ଯୋଡ଼ି ହେବେ ସୋଫିଆ; ଜାଣନ୍ତୁ କିଏ ଏହି ସମ୍ଭାବ୍ୟ ବିଧାୟକ ପ୍ରାର୍ଥୀ ?

ଭୁବନେଶ୍ୱର: ବାପା ଥାଉ ଥାଉ ଉତ୍ତରାଧିକାରୀ ନିର୍ବାଚନ ମୈଦାନକୁ ଆସିବା ସିରିଜରେ ଓଡ଼ିଶାରେ ସାମିଲ ହେବାକୁ ଯାଉଛନ୍ତି ଆଉ ଜଣେ। ଚଳିତ ନିର୍ବାଚନରେ ଅନେକ ସ୍ଥାନରେ ବାପାଙ୍କ ସ୍ଥାନରେ ତାଙ୍କ ଉତ୍ତରାଧିକାରୀ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ନଜିର ରହିଛି। ଏହି ଧାରାରେ ଏବେ କଟକ ବାରବାଟୀ ବିଧାନସଭା ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇପାରନ୍ତି ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୌସ।

ଗତକାଲି କଟକ ନଗର କଂଗ୍ରେସ କମିଟି ବୈଠକରେ ତାଙ୍କ ପ୍ରାର୍ଥୀତ୍ୱ ପାଇଁ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଏବେ ଦଳ ପାଖରେ ତାଙ୍କୁ ବିଧାୟକ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦିଆଯିବ ବୋଲି ଜଣାପଡିଛି। ତେବେ ସୋଫିଆ ବିଧାୟକ ପ୍ରାର୍ଥୀ ପ୍ରସ୍ତାବ ହେବା ପଛରେ ଆଉ ଏକ କାରଣ ରହିଛି।

ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ମୋକିମ୍ ସମ୍ମୁଖୀନ ହେଉଥିବା ଆଇନଗତ ଚ୍ୟାଲେଞ୍ଜ ସାମ୍ନା କରୁଛନ୍ତି। ଯଦିଓ ଗିରଫ ହେବେ ନାହିଁ ବୋଲି ଆଶ୍ବସ୍ତି ପାଇଛନ୍ତି ନ୍ୟାୟଳୟରୁ କିନ୍ତୁ ଦୁର୍ନୀତି ମାମଲାରେ ରାୟ ଉପରେ ସ୍ଥଗିତାଦେଶ ପାଇବାରୁ ବଞ୍ଚିତ ହୋଇନାହାନ୍ତି। ତେଣୁ ସେ ବିଧାୟକ ପ୍ରାର୍ଥୀ ହେବା ନେଇ ଏକ ପ୍ରକାର ଆଶଙ୍କା ରହିଥିବା ବେଳେ ତାଙ୍କ ଝିଅଙ୍କୁ ମୈଦାନକୁ ଆଣିବାକୁ ପ୍ରାୟସ କରିଛନ୍ତି ମହମ୍ମଦ ମୋକିମ।

ଗତକାଲି କଟକରେ ବସିଥିବା ବୈଠକରେ ମୋକିମଙ୍କ ସମର୍ଥକ ମାନେ ସୋଫିଆଙ୍କ ପ୍ରାର୍ଥୀତ୍ୱକୁ ସ୍ଥାନୀୟ ନେତାମାନେ ସମର୍ଥନ କରିଥିଲେ। ଏହି ପ୍ରସ୍ତାବକୁ ଚୂଡ଼ାନ୍ତ ଅନୁମୋଦନ ପାଇଁ ଦଳର ଉଚ୍ଚସ୍ତରୀୟ ଅଧିକାରୀଙ୍କ ନିକଟକୁ ପଠାଯିବ। ଅନ୍ୟପକ୍ଷରେ ମୋକିମ୍ କିମ୍ବା ସୋଫିଆ ଫିରଦୌସ ଏ ନେଇ ସାର୍ବଜନୀନ ଭାବେ କୌଣସି ମନ୍ତବ୍ୟ ଦେଇନାହାନ୍ତି।

ତେବେ ଏହାପୂର୍ବରୁ ବିଜେପିର ନୂଆପଡା ସାଂସଦ ବସନ୍ତ ପଣ୍ଡା ଚଳିତଥର ନିର୍ବାଚନ ନଲଢି ତାଙ୍କ ପୁଅ ଅଭନନ୍ଦନ ପଣ୍ଡା ବିଜେପିର ନୂଆପଡି ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ସେହିପରି ମାହାଙ୍ଗାରୁ ବିଜେଡି ନେତା ପ୍ରତାପ ଜେନା ପ୍ରାର୍ଥୀ ନହୋଇ ତାଙ୍କ ପୁଅ ଅଙ୍କିତ ଜେନା ହୋଇଛନ୍ତି ଦଳୀୟ ପ୍ରାର୍ଥୀ। ଚିକିଟି ବିଧାୟିକା ଉଷା ଦେବୀଙ୍କ ସ୍ଥାନରେ ତାଙ୍କ ପୁଅ ଚିନ୍ମୟାନନ୍ଦ ଶ୍ରୀରୂପ ପ୍ରାର୍ଥୀ ହୋଇଛନ୍ତି। କେନ୍ଦ୍ରାପଡା ଆଳିରେ କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମାଙ୍କ ସ୍ଥାନରେ ତାଙ୍କ ଝିଅ ଡାକ୍ତର ଦେବସ୍ମିତା ଶର୍ମା ସେହିପରି ଅନେକ ସ୍ଥାନରେ ସ୍ବାମୀଙ୍କ ଟିକେଟ୍ କାଟି ସ୍ତ୍ରୀଙ୍କୁ ଟିକେଟ୍ ଦେଇଛି ଦଳ ।

Comments are closed.