Latest Odisha News

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆସନ୍ତା ମେ ୧୩ରେ ନାମାଙ୍କନପତ୍ର ଦାଖଲ କରିବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ମେ’ ୧୩ରେ ବନାରସ ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନପତ୍ର ଦାଖଲ କରିବେ । ସେହି ଦିନ ପ୍ରଧାନମନ୍ତ୍ରୀ ମୋଦୀ ରୋଡ୍‌ ଶୋ’ କରିବେ ଏବଂ ସେ ବାବା ବିଶ୍ୱନାଥ ଏବଂ ବାବା କାଳ ଭୈରବଙ୍କ ଦର୍ଶନ କରିବେ। ଏହି ସମୟରେ ବିଜେପିର ବହୁ ନେତା ତଥା ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସିଏମ୍‌ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ବରିଷ୍ଠ ନେତା ମାନେ ମଧ୍ୟ ଉପସ୍ଥିତ ରହିବେ। ମୋଦୀ ତୃତୀୟ ଥର ପାଇଁ ବାରାଣସୀରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଲଗାତର ୨ ଥର ମୋଦୀ ବାରାଣସୀରୁ ଏମ୍‌ପି ଭାବେ ନିର୍ବାଚିତ ହୋଇଛନ୍ତି।

୨୦୧୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏବଂ ବିପୁଳ ଭୋଟ୍ ବ୍ୟବଧାନରେ ଜିତି କେନ୍ଦ୍ରରେ କ୍ଷମତା ହାସଲ କରିଥିଲେ। ଚଳିତ ନିର୍ବାଚନ ପାଇଁ ମୋଦୀ ମେ’ ୧୩ରେ ନାମାଙ୍କନପତ୍ର ଦାଖଲ କରିବେ । ସେହି ଦିନ ପ୍ରଧାନମନ୍ତ୍ରୀ ମୋଦି ରୋଡ୍‌ ଶୋ’ କରିବେ ଯାହା  ଗୋଦାଉଲିଆ ଚୌକ୍ ଏବଂ ସହରର ପ୍ରମୁଖ ମାର୍ଗ ଦେଇ ଯିବ  ।  ଶୁଭ ଦିନ ଏବଂ ଶୁଭ ସମୟରେ ନାମାଙ୍କନପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ । ସପ୍ତମ ପର୍ଯ୍ୟାୟ ପାଇଁ ନାମାଙ୍କନ ମେ ୭ ରୁ ଆରମ୍ଭ ହେଉଛି  । ୧୧ ମେ ଶନିବାର  ୧୨ ମେ ରବିବାର ପଡୁଥିବାରୁ ଥିବାରୁ ମେ ୧୩ ରେ ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନ ଭରିବେ  ।  ମୋଦିଙ୍କ ନାମାଙ୍କନ ସର୍ବାର୍ଥ ସିଦ୍ଧି ଯୋଗ ମୁହୂର୍ତ୍ତରେ ହେବ। ନିର୍ଦ୍ଧାରିତ ସମୟରେ ମୋଦିଙ୍କ ନାମାଙ୍କନ କାର୍ଯ୍ୟକ୍ରମ ହେବ। ଉକ୍ତ ଦିନଟି ସୋମବାର ଏବଂ ଏହା ଷଷ୍ଠୀ ଦେବୀଙ୍କ ଦିନ। ଏହି କାରଣରୁ ଶିବ ଏବଂ ଶକ୍ତିଙ୍କର ଏକ ସୁନ୍ଦର ସଂଯୋଗ  ସୃଷ୍ଟି ହେଉଥିବା ମନ୍ଦିରର ପୂଜାରୀମାନେ ପ୍ରକାଶ କରିଛନ୍ତି।

 

Comments are closed.