Latest Odisha News

ପୁନଃ ଅବସ୍ଥାପିତ ହେଲେ ନିଲମ୍ବିତ ସୁନ୍ଦରଗଡ ସିଡିଏମଓ

ଭୁବନେଶ୍ୱର: ସୁନ୍ଦରଗଡର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ) ଡ. ପଙ୍କଜ ପଟେଲ ଗତ ଅକ୍ଟୋବର ୧୩ ତାରିଖରେ ନିଲମ୍ବିତ ହୋଇଥିବା ବେଳେ ଶୁକ୍ରବାର ଦିନ ତାଙ୍କୁ କାର୍ଯ୍ୟରେ ପୁନଃ ଅବସ୍ଥାପିତ କରାଯାଇଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଜାରି ଅଧିସୂଚନା ଅନୁଯାୟୀ ଶ୍ରୀ ପଟେଲଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲର ବରିଷ୍ଠ କନସଲଣ୍ଟାଣ୍ଟ୍ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି ।

ଅଧିକ ପଢନ୍ତୁ: ସୁନ୍ଦରଗଡରେ ‘୫ଟି’ ସଚିବ ପାଣ୍ଡିଆନ୍; କାର୍ଯ୍ୟରେ ଅବହେଳା ନେଇ ସିଡିଏମଓ ନିଲମ୍ବିତ ଓ ଜିଲ୍ଲାପାଳଙ୍କୁ ନୋଟିସ୍

ଶ୍ରୀ ପଟେଲଙ୍କ ନିଲମ୍ବନକୁ ଓଡିଶା ମେଡିକାଲ ସର୍ଭିସ୍ ଆସୋସିଏସନ୍(ଓଏମଏମଏ) ଓ ସୁନ୍ଦରଗଡରେ ବିଭିନ୍ନ ସିଭିଲ୍ ସୋସାଇଟି ପକ୍ଷରୁ ବିରୋଧ କରାଯାଇଥିଲା ।

ଏହାବ୍ୟତିତ ସିଡିଏମଓଙ୍କ ବିରୋଧରେ ରାଜ୍ୟ ସରକାରଙ୍କର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣକୁ ବିରୋଧ କରି ବିଜେପି ମଧ୍ୟ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା ଦେଇଥିଲା ।

Leave A Reply

Your email address will not be published.