Latest Odisha News

ପୁଣି ୭୦ ସିନେମା ହଲ୍ ବନ୍ଦ କରିବ ପିଭିଆର୍

ନୂଆଦିଲ୍ଲୀ: ଇଣ୍ଡିଆନ ମଲ୍ଟିପ୍ଲେକ୍ସ ଚେନ୍ ପିଭିଆର ଆଇନକ୍ସ ଲିମିଟେଡ ଯାହା ପିଭିଆର୍ ନାମରେ ମଧ୍ୟ ଜଣାଶୁଣା। ପୀଭିଆର ତାର ଗତ ୨୦୨୩-୨୪ ଆର୍ଥିକ ବର୍ଷର ଏକ ରିପୋର୍ଟ ଜାରି କରିଛି। ରିପୋର୍ଟ ଅନୁସାରେ ୭୦ଟି ସ୍କ୍ରିନ ବନ୍ଦ କରିଛି ପୀଭିଆର୍। ତେବେ କମ୍ପାନୀର ଆୟ ବୃଦ୍ଧି ପାଇଁ ଏପରି ନିଷ୍ପତି ନେଇଛି ପିଭିଆର।

ତେବେ ପିଭିଆର୍ ୭୦ଟି ମଲ୍ଟିପ୍ଲେକ୍ସ ବନ୍ଦ କରିବା ସହ ୧୨୦ ଟି ନୂତନ ମଲ୍ଟିପ୍ଲେକ୍ସ ଖୋଲିବାକୁ ଯାଉଚି। ବାସ୍ତବରେ କମ୍ପାନୀ ଦକ୍ଷିଣ ଭାରତରେ ତାର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛି। ସୂଚନାଯୋଗ୍ୟ ଯେ, କମ୍ପାନୀ ୨୦୨୩-୨୪ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସିକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ କମ୍ପାନୀ ୧୩୦ କୋଟିର କ୍ଷତି ସହିଥିବା କଥା ଜଣାପଡିଛି। ତେଣୁ କମ୍ପାନୀ ଏକ ନୂତନ ରଣନୀତି ଆପଣାଇଛି।

ଏହି ନୂତନ ଯୋଜନା ଅନୁସାରେ ଯେଉଁ ପ୍ରେକ୍ଷାଳୟ ଖରାପ ପ୍ରଦର୍ଶନ କରିଛି ତାହାକୁ ବନ୍ଦ କରିବାର ନିଷ୍ପତି ନେଇଛି। କହିରଖୁଛୁ ଯେ ପିଭିଆର କୋଭିଡ ସମୟରେ ମଧ୍ୟ ଲକଡ଼ାଉନ୍ ସମୟରେ 85ଟି ସିନେମା ହଲ ବନ୍ଦ କରିଥିଲା। ଲକଡାଉନ୍ କାରଣରୁ ଓଟିଟି ପ୍ଲାଟଫର୍ମକୁ ଲୋକେ ନିଜର ମନୋରଞ୍ଜନର ମାଧ୍ୟମ କରିନେଇଥିଲେ। ଫଳରେ ପିଭୀଆର କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା।

Comments are closed.