Latest Odisha News

ବରଗଡରେ ଅଟୋଚାଳକଙ୍କୁ ହତ୍ୟା, ବ୍ୟକ୍ତିଗତ କହିଲେ ମୁଖ୍ୟ ନିର୍ବଚନୀ ଅଧିକାରୀ

ବରଗଡ: ବରଗଡରେ ଦିନ ଦ୍ବିପହରେ ହତ୍ୟା ଅଭିଯୋଗ । ଜଣେ ଅଟୋ ଚାଳକଙ୍କୁ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି ଦୁର୍ବୃତ୍ତ। ରକ୍ତାକ୍ତ ଅବସ୍ଥାରେ ଡାକ୍ତଖାନକୁ ନିଆଯାଇଥିଲେ ମଧ୍ୟ ମୃତ ଘୋଷଣା କଲେ ଡାକ୍ତର ।

ଏଭଳି କିଛି ବର୍ବର କାଣ୍ଡ ଘଟିଛି ବରଗଡ ସଦର ଥାନା ଅନ୍ତର୍ଭୁକ୍ତ ସରସରା ଗାଁରେ । ଜଣେ ଅଟୋ ଚାଳକ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ଭୋଟରମାନଙ୍କୁ ନେଇ ପୋଲିଂ ବୁଥ୍ ଯାଉଥିବା ବେଳେ କିଛି ଏପରି ଛାତିଥରା ଘଟଣା ଘଟିଛି । ମୃତ ଅଟୋ ଚାଳକ ଜଣଙ୍କ ଉକ୍ତ ଗାଁର ୩୫ ବର୍ଷୀୟ ବିଶ୍ବନାଥ ମିର୍ଦ୍ଧା । ଦୁର୍ବୃତ୍ତ ଜଣଙ୍କ ତାଙ୍କୁ ହାଣି ରକ୍ତାକ୍ତ ଅବସ୍ଥାରେ ରାସ୍ତା କଡରେ ପକାଇଦେଇଥିଲା । ପରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ବରଗଡ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କିଏ ଓ କେଉଁ କାରଣରୁ ଏଭଳି କାଣ୍ଡ ଘଟାଇଛନ୍ତି ତାହା ଜଣା ପଡିନଥିବା ବେଳେ ଏହା ଏକ ନିର୍ବାଚନୀ ହିଂସା ବୋଲି ସାଧାରଣରେ ସନ୍ଦେହ କରାଯାଉଥିଲା । ତେବେ ଖବର ପାଇ ଘଟଣାସ୍ଥଳରେ ବରଗଡ ଏସ୍ପି ଓ ଉତ୍ତରାଞ୍ଚଳ ଆଇଜି ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ତେବେ ଏହାକୁ ନେଇ ମନ୍ତବ୍ୟ ଦେଇଛନ୍ତି ମୁଖ୍ୟ ନିର୍ବାଚନୀ ଅଧିକାରୀ ନିକୁଞ୍ଜ ଧଳ । ସେ ଏହା ସ୍ଫଷ୍ଟ କରିଛନ୍ତି ଯେ ଏହା ଏକ ନିର୍ବାଚନୀ ହିଂସା ନୁହେଁ ବରଂ ବ୍ୟକ୍ତିଗତ କାରଣକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଛି । ତେବେ ଏନେଇ ଅଧିକ ସୂଚନା ମିଳିପାରିନାହିଁ ।

Comments are closed.