Latest Odisha News

ଏହି ଗ୍ରାମରେ ପଙ୍ଖା, ଫୋନ ମଧ୍ୟ ହେଉନି ବ୍ୟବହାର

ଲକ୍ଷ୍ନୌ: ବିଜ୍ଞାନ ଓ ଟେକ୍ନୋଲୋଜିରେ ଭାରତ ଦିନକୁ ଦିନ ଆଗକୁ ବଢ଼ିବାରେ ଲାଗିଛି । ଏବେ ଅତ୍ୟାଧୂନିକ ଜ୍ଞାନ କୌଶଳ ବିନା ଜଣେ ସାଧାରଣ ମଣିଷ ଚଳିବା କଷ୍ଟକର । ତେବେ ଉତରପ୍ରଦେଶରେ ଏପରି ଏକ ଗ୍ରାମ ଅଛି ଯାହାକି ଏହା ସବୁଠାରୁ ବହୂତ ଦୂରରେ । ଏହି ଗ୍ରାମରେ ପଙ୍ଖା ଓ ଫୋନର ବ୍ୟବହାର ମଧ୍ୟ ହେଉନି । ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ବୃନ୍ଦାବନର ଏହି ଛୋଟ ଗ୍ରାମର ନାମ ଟଟିୟା । ଏଠାରେ ବିଜୁଳି ନ ଥିବାରୁ ସ୍ଥାନୀୟ ବାସିନ୍ଦା ଫୋନ ଓ ଫ୍ୟାନଠାରୁ ଦୂରରେ ଅଛନ୍ତି । ଏହି ଗ୍ରାମ ମଧ୍ୟକୁ ପ୍ରବେଶ କଲେ ଏକ ମାନସିକ ଶାନ୍ତି ମିଳିଥାଏ । ଶବ୍ଦ ପ୍ରଦୂଷଣଠାରୁ ମଧ୍ୟ ଏହା ଦୂରରେ ରହିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୭ମ ଆଚାର୍ଯ୍ୟ ସ୍ୱାମୀ ଲଳିତ କିଶୋରୀ ଦେବ ଜୀ ଠାରେ ଏକ ଗଛ ତଳେ ଧ୍ୟାନରେ ବସିଥିଲେ । ଆଚାର୍ଯ୍ୟଙ୍କୁ ସୁରକ୍ଷା ଯୋଗାଇବା ପାଇଁ ବାଉଁଶର ଏକ ଛାମୁଣ୍ଡିଆ ଏଠାରେ କରାଯାଇଥିଲା ।

ଏହା ପରେ ଯେଉଁ ସାଧୁ ସନ୍ଥ ଏଠାକୁ ଧ୍ୟାନ କରିବା ପାଇଁ ଆସନ୍ତି ସେମାନଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଥାଏ । ଧିରେ ଧିରେ ଏହା ଏକ ଗ୍ରାମରେ ପରିଣତ ହୋଇ ଯାଇଥିଲା । ପ୍ରତ୍ୟେକ ଗଛକୁ ଏଠାରେ ପୂଜା କରାଯାଇଥାଏ । ଏହି ଗ୍ରାମକୁ ଆସିଲେ ବାହାର ଦୁନିଆ ସହ ଏକ ପ୍ରକାର ସମ୍ପର୍କ କଟିଯିବ । ଏଠାକୁ ବୁଲିବାକୁ ଆସିଲେ ଫୋନ ଏବଂ ଅନ୍ୟ ସାମଗ୍ରୀ ବାହାରେ ରଖି ଯିବାକୁ ପଡିବ । ମହିଳାଙ୍କୁ ଓଢ଼ଣା ଦେଇ ଯିବାକୁ ହେବ । ଧର୍ମ ଓ ସଂସ୍କୃତିକୁ ବଂଚାଇ ରଖିଥିବା ଏହି ଗ୍ରାମ ଏବେ ଚର୍ଚ୍ଚାର କାରଣ ସାଜିଛି ।

Comments are closed.