Latest Odisha News

BREAKING NEWS

୬ଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବେ ଶପଥ ଗ୍ରହଣ; ମିଳିବ ମା’ଙ୍କୁ ପେନସନ, ପିଲାଙ୍କୁ ବୃତ୍ତି

ଜଳେଶ୍ବର: ଚାଲିଛି ଛକାପଞ୍ଝା । ବିରୋଧୀ ଶାସକଙ୍କ ନାଁ ନେଇ ଶାସକ ବିରୋଧୀଙ୍କ ନାଁ ନେଇ । ଉଠୁଛି ପଡୁଛି ପ୍ରଚାର ମଇଦାନ । ଆରୋପ, ପ୍ରତ୍ୟାରୋପ ଆଉ ପ୍ରତିଶ୍ରୁତି, ଏହାରି ଉପରେ ବିଭିନ୍ନ ଦଳ ଭୋଟ ଅପିଲ୍ କରୁଛନ୍ତି । ଏହି କ୍ରମରେ ଆଜି ଜଳେଶ୍ବରରେ ହୁଙ୍କାର ଭରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ଜଳେଶ୍ୱରରେ ବିଶାଳ ଜନସମୁଦ୍ର ଦେଖି ବିରୋଧିଙ୍କ ନିଦ ହଜିଯାଉଥିବ ବୋଲି କହିଛନ୍ତି ପାଣ୍ଡିଆନ ।

ଆହୁରି ମଧ୍ୟ ଜଳେଶ୍ବର ବିଧାୟକ ପ୍ରାର୍ଥୀ ଅଶ୍ବିନୀ କୁମାର ପାତ୍ରଙ୍କର ପ୍ରଶଂସା କରି ପାଣ୍ଡିଆନ କହିଛନ୍ତି, ଏଠିକାର ବିକାଶ ପାଇଁ ଅଶ୍ବିନୀ ବାବୁ କଠିନ ପରିଶ୍ରମ କରିଛନ୍ତି । ସୁବର୍ଣ୍ଣରେଖା ନଦୀରେ ଚରମରାଠାରେ ୧୨୫ କୋଟି ଟଙ୍କାରେ ସେତୁ କରାଯାଇଛି । ନଦୀ ବନ୍ଦରେ ପଥର ଖଞ୍ଜା ଯାଇଛି ।

ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି, ଆପଣ ଏଠାରୁ ଜଣେ ସାଂସଦ ପଠାଇଥିଲେ, ସେ ଆପଣଙ୍କ ପାଇଁ କିଛି କାମ କଲେ କି ? ସ୍କୁଲ ରୂପାନ୍ତର, ମନ୍ଦିର- ମସ୍‍ଜିଦ-ଚର୍ଚ୍ଚ ରୂପାନ୍ତର କାମରେ ସହଯୋଗ କଲେ କି ? ଏ ମାଟିର ଲୋକ ହୋଇ ଏ ମାଟିକୁ ଭୁଲିଗଲେ । ମନ୍ତ୍ରୀ ହେଲେ କିନ୍ତୁ ନିଜ ଅଞ୍ଚଳ ପାଇଁ ଗୋଟିଏ ବି କାମ କଲେ ନାହିଁ ବୋଲି କହି ପ୍ରତାପ ଷଡଙ୍ଗୀକୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ । ଏହାସହ ଲେଖାଶ୍ରୀ ସାମନ୍ତସିଂହାର ସାଂସଦ ହେଲେ ଏ ମାଟି ପାଇଁ ଦିନରାତି କାମ କରିବେ ।

ନବୀନ ପଟ୍ଟନାୟକ ଜୁନ ୯ ତାରିଖ ଦିନ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏହାପରେ ପ୍ରଥମ ଦସ୍ତଖତରେ ୯୦ ପ୍ରତିଶତ ଲୋକଙ୍କର ବିଜୁଳି ବିଲ୍‍ ଛାଡ଼୍‍ କରିବେ । ଦ୍ୱିତୀୟ ଦସ୍ତଖତରେ ସମସ୍ତଙ୍କୁ ବି,ଏସ୍‍.କେ.ୱାଇରେ ସାମିଲ କରିବେ । ତୃତୀୟ ଦସ୍ତଖତରେ ମିଶନଶକ୍ତି ମା’ମାନଙ୍କୁ ୬୦ ବର୍ଷ ପରେ ପେନ୍‍ସନ୍‍ ଦେବେ । ଚତୁର୍ଥ ଦସ୍ତଖତରେ ନୂଆ-ଓ ସ୍କଲାରସିପ ରାଶି ପରିମାଣକୁ ବୃଦ୍ଧି କରିବେ, ଝିଅ ପିଲା ପାଇବେ ୧୪ ହଜାର, ପୁଅ ପିଲା ପାଇବେ ୧୨ ହଜାର । ଗତଥର ଜଳେଶ୍ୱରରୁ ୩୦ ହଜାର ମାର୍ଜିନ ମିଳିଥିଲା ଏଥର ୫୦ ହଜାର ମାର୍ଜିନ ମିଳିବ ବୋଲି କହିଛନ୍ତି ପାଣ୍ଡିଆନ ।

Comments are closed.