Latest Odisha News

BREAKING NEWS

ଅମ୍ବାଭୋନା ଅସ୍ତ୍ରାଗାରରେ କାର୍ଯ୍ୟରତ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ

ବରଗଡ଼: ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ସଂଲଗ୍ନ ଅସ୍ତ୍ରାଗାରରେ କାର୍ଯ୍ୟରତ ଓଡ଼ିଶା ସ୍ପେସିଆଲ ଷ୍ଟ୍ରାକିଂ ଫୋର୍ସର କର୍ମଚାରୀ ଆକସ୍ମିକ ମୃତ୍ୟୁ । ମୃତକ ହେଲେ ବିଜୟ ସା । ତାଙ୍କ ଘର ଝାରସୁଗୁଡ଼ା ଜିଲ୍ଲା ଭୁୟାଁ ପଡାରେ । ଆଜି ଭୋର ୫ଟାରେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ର ପ୍ରକୃତ କାରଣ ଜଣାପଡ଼ିନାହିଁ ।

ଏନେଇ ଅମ୍ବାଭୋନା ଥାନା ରେ ୦୯/୨୦୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅମ୍ବାଭୋନା ପୋଲିସ ଘଟଣାର ତଦନ୍ତ ଚଳାଇଛି । ଅମ୍ବାଭୋନା ଥାନାଧିକାରୀ ବିପିନ ବାଗ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୋଲିସ ମୃତଦେହ କୁ ଜବତ କରି ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖିଛି ।

ମୃତକଙ୍କ ପରିବାରବର୍ଗଙ୍କୁ ମଧ୍ୟ ସୁଚନା ଦିଆଯାଇଥିବା ପୋଲିସ ପ୍ରକାଶ କରିଛି । ପରିବାର ବର୍ଗ ଙ୍କ ଉପସ୍ଥିତିରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ କରାଯିବ । ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁ ର ପ୍ରକୃତ କାରଣ ଜଣାପଡିବ ବୋଲି ତଦନ୍ତ ଅଧିକାରୀ ପ୍ରକାଶ କରିଛନ୍ତି ।

Comments are closed.