Latest Odisha News

BREAKING NEWS

ଡେଙ୍ଗୁରୁ ମିଳିବ ମୁକ୍ତି, ଟିକାକୁ ଅନୁମୋଦନ କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ଭୁବନେଶ୍ବର: ଆଗକୁ ବର୍ଷା ଋତୁ ଆସୁଥିବାବେଳେ ମଶା ଜନିତ ଅନେକ ଜ୍ବର ବ୍ୟାପିବାର ଆଶଙ୍କା ରହିଛି । ସେଥିମଧ୍ୟରୁ ଗୋଟିଏ ହେଉଛି ଡେଙ୍ଗୁ ଜ୍ବର । ପ୍ରବଳ ଜ୍ବର, ମୁଣ୍ଡ ଓ ଶରୀର ବ୍ୟଥା ଆଦି ଡେଙ୍ଗୁ କ୍ଷେତ୍ରରେ ଦେଖାଯାଇଥାଏ । ଯେଉଁଥିରେ ରୋଗୀ ଜଣକ ଅସହ୍ୟ କଷ୍ଟ ପାଇଥାଏ । ତେବେ ଏହି କଷ୍ଟରୁ ଏବେ ମୁକ୍ତି ପାଇଁ ଆସିଲା ଡେଙ୍ଗୁ ଟିକା । ଜାପାନର ଫାର୍ମାସିଟିକାଲ କମ୍ପାନି ତାକେଡା ର ଟିକାକୁ ଅନୁମୋଦନ କରିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

ସୂଚନାଯୋଗ୍ୟ, ତାକେଡା ଦ୍ବାରା ପ୍ରସ୍ତୁତ ଏହି ଟିକା କିଦେଙ୍ଗା ବ୍ରାଣ୍ଡ ନାମର ନାମିତ କରାଯାଇଛି । ଭାରତୀୟ ଟିକା କମ୍ପାନି ବାୟୋଲୋଜିକାଲ-ଇ ସହ କିଦେଙ୍ଗା ଏହାର ଉତ୍ପାଦନ ଲାଗି ଏକ ରାଜିନାମା ସ୍ବାକ୍ଷରିତ କରିଛି । ବାର୍ଷିକ ୧୦୦ ନିୟୁତ ଡୋଜ ପ୍ରସ୍ତୁତ କରାଯିବା ନେଇ ଲକ୍ଷ୍ୟ ରହିଛି ।

ଏହି ଟିକା ଡେଙ୍ଗୁ ଭୂତାଣୁର ୪ଟି ଷ୍ଟେରିଓଟାଇପ କବଳରୁ ରକ୍ଷା କରିପାରିବ । ବିଶେଷ କରି ୬ ରୁ ୧୬ ବର୍ଷର ପିଲାଙ୍କୁ ଏହି ଟିକା ଦିଆଯାଇପାରିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଅପୂର୍ବ ଚନ୍ଦ୍ର ।

ସେ ଆହୁରି କହିଛନ୍ତି, ଖୁବ ଶୀଘ୍ର ଆସିବ ଡେଙ୍ଗୁ ପ୍ରତିଷେଧକ ଟିକା । ଏନେଇ ଭାରତୀୟ ମେଡିକାଲ ଗବେଷଣା ପରିଷଦ (ଆଇସିଏମଆର) ପୁନେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଭିରୋଲୋଜି (ଏନଆଇଭି) ଅନ୍ୟାନ୍ୟ ପ୍ରତିଷ୍ଠାନ ସହ ମିଶି ଡେଙ୍ଗୁ ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିବ ।

Comments are closed.