Latest Odisha News

ଜଳୁଛି ପଶ୍ଚିମ ଓଡିଶା: ଦିନ ସାଢ଼େ ୨ଟା ସୁଦ୍ଧା ୪୫.୨ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ

ଭୁବନେଶ୍ବର: ସମଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ପଶ୍ଚିମ ଓଡିଶାରେ ପ୍ରବଳ ଗରମ ସହ ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଫଳରେ କଲବଲ ହେଉଛନ୍ତି ଲୋକେ । ଆଜି ଦିନ ସାଢ଼େ ୨ଟା ସୁଦ୍ଧା ସମ୍ବଲପୁର ରାଜ୍ୟର ସବୁଠୁ ଉତପ୍ତ ପାଲଟି । ସମ୍ବଲପୁରରେ ତାପମାତ୍ରା ୪୫.୨ ଡିଗ୍ରୀ ରେକର୍ଡ କରାଯାଇଛି ।

ସେହିପରି ଝାରୁଗୁସୁଡ଼ାରେ ୪୪.୬ ଡିଗ୍ରୀ ପାରଦ ରେକର୍ଡ କରାଯାଇଥିବା ବେଳେ ହୀରାକୁଦରେ ୪୪.୫ ଡିଗ୍ରୀ ଏବଂ ରାଉରକେଲାରେ ୩୯.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି, ରାଜଧାନୀ ଭୁବନେଶ୍ୱରରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଉପକୂଳରେ ତାପମାତ୍ରା କମ୍ ଥିଲେ ମଧ୍ୟ ଅଧିକ ଆର୍ଦ୍ରତା କାରଣରୁ ଅସହ୍ୟ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ଲୋକେ । ଖରାରୁ ବଞ୍ଚିବା ପାଇଁ ଲୋକେ ଲସି, ସର୍ବତ ଦୋକାନରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି ।

Comments are closed.