Latest Odisha News

ଓଡିଶାବାସୀଙ୍କୁ ନବୀନଙ୍କ ବାର୍ତ୍ତା, କହିଲେ ପରାଜୟ ମୋତେ ବିବ୍ରତ କରେ ନାହିଁ

ଭୁବନେଶ୍ଵର: ଦୀର୍ଘ ୨୪ ବର୍ଷ ପରେ ଭାଙ୍ଗିଛି ନବୀନ ଗଡ । ରାଜଭବନରେ ପହଞ୍ଚି ଇସ୍ତଫା ପତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୦୦ ମସିହାରୁ ଓଡିଶାକୁ ଶାସନ କରି ଆସୁଥିବା ବିଜେଡି ୨୦୧୯ରେ ୧୧୩ ଆସନ ଜିତିଥିଲେ ମାତ୍ର ୨୦୨୪ନିର୍ବାଚନରେ ୫୧ଟି ଆସନ ହାସଲ କରି ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଧୁଳିସାତ ହୋଇଛି ।

ଏହାରି ଭିତରେ ନବୀନ ନିବାସରେ ଚାଲିଥିବା ବିଜେଡି ବିଧାୟକ ମାନଙ୍କର ବୈଠକ ଶେଷ ହୋଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ବସିଥିବା ଏହି ବୈଠକରେ ନବୀନ ସମସ୍ତ ବିଜୟୀ ପ୍ରାର୍ଥୀଙ୍କ ସହ ଆଲୋଚନା କରିଛନ୍ତି । ଏଥିସହ ଦଳକୁ ଗୁରୁମନ୍ତ୍ର ଦେଇଛନ୍ତି । ବୈଠକରେ ବିଜେଡି ସୁପ୍ରିମୋ ନିଜନିଜ ଅଞ୍ଚଳବାସୀଙ୍କ ସହ ରହି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଏଭଳି ପରାଜୟ କାହିଁକି ହେଲା ସେ ନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇ ତଦନ୍ତ କରାଯିବ। ଏହି କମିଟିରେ ବରିଷ୍ଠ ନେତାମାନେ ରହିବେ। ଖୁବଶୀଘ୍ର କମିଟି ଗଠନ ହେବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ସେପଟେ ସୋସିଆଲ ମିଡିଆରେ ନବୀନଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ନବୀନ ଯେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲି, ଓଡ଼ିଶାର ୭୦% ଲୋକ ଦାରିଦ୍ର ସୀମାରେଖା ତଳେ ରହିଥିଲେ। ହେଲେ ଏବେ ଚିତ୍ର ବଦଳିଛି। ରାଜ୍ୟର ୧୦% ଲୋକେ ଦାରିଦ୍ର ସୀମାରେଖାରେ ଅଛନ୍ତି। ରାଜ୍ୟର ଶିକ୍ଷା, ସ୍ବାସ୍ଥ୍ୟ,କୃଷି, ମହିଳା, ଯୁବବର୍ଗଙ୍କ ପାଇଁ ଦଳ ସର୍ବଦା କାମ କରି ଆସିଛି। ଆଗକୁ ମଧ୍ୟ କରିବ। କେବଳ କିଛି ଦିନର ବିରତି ପାଇଁ ଦଳୀୟ ନେତା ଯେଭଳି ୨୪ ବର୍ଷ ଶାସନ ବେଳର କଥା ଭୁଲି ନ ଯାଆନ୍ତି। ସେଥିପାଇଁ ଓଡ଼ିଶାବାସୀଙ୍କ ସେବା ଜାରି ରଖନ୍ତୁ ବୋଲି ସେ କହିଛନ୍ତି। ଏହାଛଡ଼ା ପରାଜୟ କେବେ ତାଙ୍କୁ ବିବ୍ରତ କରେ ନାହିଁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

Comments are closed.