Latest Odisha News

ବାର୍ଡ ଫ୍ଲୁ ସଂକ୍ରମଣରେ ଗଲା ବିଶ୍ବର ପ୍ରଥମ ଜୀବନ

ନୂଆଦିଲ୍ଲୀ: ବାର୍ଡ ଫ୍ଲୁରେ ଗଲା ପ୍ରଥମ ଜୀବନ । ମେକ୍ସିକୋର ଜଣେ ବ୍ୟକ୍ତିଙ୍କର ବାର୍ଡ ଫ୍ଲୁ ସଂକ୍ରମଣରେ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ।

ମିଳିଥିବା ସୂଚନା ଅନୁସାରେ, ମୃତ ବ୍ୟକ୍ତିଙ୍କର ପୂର୍ବରୁ ଏକାଧିକ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିଲା । ସେ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ଏକାଧିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିଲେ। ଯେଉଁକାରଣରୁ ଗତ ଏପ୍ରିଲରେ ମେକ୍ସିକୋ ସିଟିର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଉକ୍ତ ବ୍ୟକ୍ତି । ଜ୍ୱର, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ସହିତ ଝାଡ଼ା, ବାନ୍ତି ଏବଂ ସାଧାରଣ ଅସୁସ୍ଥତା ମଧ୍ୟ ଦେଖାଦେିଥିଲା । ଯାହାପରେ ପରିବାର ଲୋକେ ତାଙ୍କୁ ଡାକ୍ତଖାନାରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ଚିକିତ୍ସିତ ସମୟରେ ପରୀକ୍ଷଣ ଦ୍ବାରା ତାଙ୍କ ଶରୀରରେ ଅଭିଆନ ଇନଫ୍ଳୁଏଞ୍ଜା A(H5N2) ଭୂତାଣୁ ଚିହ୍ନଟ ହୋଇଥିଲା। ପୂର୍ବରୁ ଏପରି କୌଣସି ବ୍ୟକ୍ତିଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇନଥିବା ବେଳେ ଏହା ପ୍ରଥମ ମାମଲା ବୋଲି କହିଛି ସ୍ବାସ୍ଥ୍ୟ ସଂଗଠନ । ତେବେ ପୂର୍ବରୁ ମେକ୍ସିକୋର ଜଣେ ବ୍ୟକ୍ତିଙ୍କଠାରେ ପ୍ରଥମ H5 ଭୂତାଣୁ ରିପୋର୍ଟ ହୋଇଥିବା କହିଛି ସ୍ବାସ୍ଥ୍ୟ ସଂଗଠନ ।

ତେବେ ବ୍ୟକ୍ତି ଜଣଙ୍କ ମୃତକ କୁକୁଡ଼ା କିମ୍ବା ଅନ୍ୟ ପ୍ରାଣୀମାନଙ୍କ ସଂସ୍ପର୍ଶରେ ଆସିବାର କୌଣସି ରେକର୍ଡ ନାହିଁ। ତଥାପି ତାଙ୍କୁ ବାର୍ଡ ଫ୍ଳୁ ଭୂତାଣୁ କିପରି ସଂକ୍ରମିତ ହେଲା ତାହା ଏଯାବତ ଜଣାପଡି ନାହିଁ।

Comments are closed.