Latest Odisha News

‘ନୀତିଶଙ୍କୁ ମିଳିଥିଲା ଇଣ୍ଡିଆ ମେଣ୍ଟ ତରଫରୁ ପ୍ରଧାନମନ୍ତ୍ରୀ ହେବାକୁ ଅଫର୍’

ପାଟନା: ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାର ଗଠନ ହେବାକୁ ଯାଉଛି । ଏଥିରେ ଜେଡିୟୁ ମଧ୍ୟ ସମର୍ଥନ କରିଛି । ଏହି ପ୍ରରିପେକ୍ଷୀରେ ଏକ ବଡ ଘଟଣାର ଖୁଲାସା ହୋଇଛି । ଏକ ଗଣମାଧ୍ୟ ସହ ସାକ୍ଷାତ ସମୟରେ ଜେଡିୟୁ ଜାତୀୟ ମୁଖପାତ୍ର କେ.ସି ତ୍ୟାଗି ଶନିବାର କହିଛନ୍ତି ଯେ, ‘ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ପ୍ରଧାନମନ୍ତ୍ରୀ ପାଇଁ ଅଫର ପ୍ରଦାନ କରିଥିଲା । ହେଲେ ନୀତିଶ କେବଳ ବିଜେପି ଏବଂ ଏନଡିଏରେ ସାଥିରେ ରହିବେ ବୋଲି ନୀତୀଶ କୁମାର ସ୍ପଷ୍ଟ କରିଛନ୍ତି’ ।

କେସି ତ୍ୟାଗି ଆହୁରି କହିଛନ୍ତି ଯେ, ନିର୍ବାଚନ ପ୍ରକ୍ରିୟା ଏବଂ ଇଭିଏମ୍ ଉପରେ ପ୍ରଶ୍ନ ଉଠାଉଥିବା ସମସ୍ତ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଏକ ବାର୍ତ୍ତା ଦେଇଛନ୍ତି । ଜେଡିୟୁ ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ଟିଡିପି ଏନଡିଏ ନେତୃତ୍ୱରେ ନିର୍ବାଚନ ଲଢିଛନ୍ତି । ଆସନ୍ତା ୫ ବର୍ଷ ପାଇଁ ଆମେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ ସମର୍ଥନ କରିଛୁ ବୋଲି କେ.ସି ତ୍ୟାଗି କରିଛନ୍ତି ।

ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଚର୍ଚ୍ଚା ପରିସରକୁ ଆସିଛନ୍ତି । ତାଙ୍କ ବିଷୟରେ ଅନେକ ପ୍ରକାରର କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଥିଲା । ‘ଇଣ୍ଡିଆ’ ଏବଂ ଏନଡିଏ ମେଣ୍ଟର ନେତାମାନେ ତାଙ୍କୁ ନିଜ ପାଖରେ ରଖିବାକୁ ଚାହୁଁଥିଲେ, କିନ୍ତୁ ନୀତିଶ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସେ ଏମଡିଏ ସହ ରହି ବିଜେପିକୁ ସମର୍ଥନ କରିଛନ୍ତି ।

Comments are closed.