Latest Odisha News

ଦୁବାଇରେ ହେବ ମୋଦୀ@୨୦ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ୱର: ସୁଭଦ୍ରା ଆର୍ଟ ଗ୍ୟାଲେରୀ ଆନୁକୂଲ୍ୟରେ ଦୁବାଇରେ ମୋଦୀ@୨୦ ଆନ୍ତର୍ଜାତିକ ଚିତ୍ରକଳା ପ୍ରଦର୍ଶନୀ ଆସନ୍ତା ନଭେମ୍ବରେ ଅନୁଷ୍ଠିତ ହେବ। ଭାରତ ଓ ଦୁବାଇ ଶିଳ୍ପୀମାନଙ୍କୁ ନେଇ ଏହି ଚିତ୍ରକଳା ଉତ୍ସବରେ ୫୦ରୁ ଊର୍ଦ୍ଧ୍ୱ ପ୍ରବୀଣ ଓ ତରୁଣ କଳାକାରମାନେ ଯୋଗଦେବେ।

ସୂଚନାଯୋଗ୍ୟ, ପ୍ରଥମ ମୋଦୀ@୨୦ ଚିତ୍ରକଳା ନଭେମ୍ବର ୨୦୨୨ରେ ଭୁବନେଶ୍ୱର ପ୍ରେସ୍ କ୍ଲବ ପରିସରରେ ଅନୁଷ୍ଠିତ ହୋଇଥିଲା। ଏହାକୁ ପବ୍ଲିକ ଆକାଉଣ୍ଟ୍‌ସ କମିଟି ଅଧ୍ୟକ୍ଷ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟନ କରିଥିଲେ। ସେହି ସମୟରେ ତତକାଳୀନ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

Comments are closed.