Latest Odisha News

ଗଞ୍ଜାମର ୩ଟି ବ୍ଲକର ୧୩ଟି ପଞ୍ଚାୟତକୁ ମିଳିଲା ବିଜୁଳି, ଉପକୃତ ହେଲେ ୧୬ ହଜାରରୁ ଉର୍ଦ୍ଧ୍ୱ ଉପଭୋକ୍ତା

ବ୍ରହ୍ମପୁର: ଗଞ୍ଜାମର ୩ଟି ବ୍ଲକର ୧୩ଟି ପଞ୍ଚାୟତକୁ ମିଳିଲା ବିଜୁଳି ସେବା। ଭରସାଯୋଗ୍ୟ ତଥା ଗୁଣାତ୍ମକ ବିଜୁଳି ଯୋଗାଣ ପାଇଁ ଟିପିଏସଓଡିଏଲ୍‌ ଗଞ୍ଜାମ ଜିଲ୍ଲା ଆସିକା ନୂଆ ଗ୍ରୀଡ୍ ସବଷ୍ଟେସନଠାରୁ ନୂଆଗାଁ ପ୍ରାଇମେରୀ ସବଷ୍ଟେସନ ପର୍ଯ୍ୟନ୍ତ ଏକ ନୂଆ ୩୩ କେଭି ଲାଇନ ସ୍ଥାପନ କରିଛି । ଏହି ନୂତନ ଲାଇନରୁ ଗଞ୍ଜାମ ଜିଲ୍ଲା ଆସିକା, ଶେରଗଡ଼, ଓ ପୁରୁଷୋତ୍ତମପୁର ବ୍ଲକର ୧୩ଟି ଗ୍ରାମପଞ୍ଚାୟତର ୧୬ ହଜାରରୁ ଅଧିକ ଉପଭୋକ୍ତା ଉପକୃତ ହେବେ ।

ସୂଚନାଯୋଗ୍ୟ ଯେ, ନୂଆଗାଁ ପ୍ରାଇମେରୀ ସବଷ୍ଟେସନକୁ ନୂଆ ଲାଇନ ଟଣା ଯିବା ପୂର୍ବରୁ ଆସିକା ପୁରୁଣା ଗ୍ରୀଡ୍ ଷ୍ଟେସନରୁ ବିଜୁଳି ସେବା ମିଳୁଥିଲା । ଏବେ ନୂଆ ଲାଇନ ଅପେକ୍ଷାକୃତ ଭାବେ ଅଧିକ ଭରସାଯୋଗ୍ୟ ବିଜୁଳି ସେବା ପ୍ରଦାନ କରୁଛି । ପାଖାପାଖି ୫.୫ କିଲୋମିଟର ପରିବ୍ୟାପ୍ତ ଏହି ନୂତନ ଲାଇନ ବର୍ଦ୍ଧିତ ବିଜୁଳି ଚାହିଦାକୁ ମେଣ୍ଟାଇବାରେ ସକ୍ଷମ । ଏହା ସହ ବିଜୁଳି ଯୋଗାଣର ସ୍ଥିରତାକୁ ମଧ୍ୟ ବୃଦ୍ଧି କରିବାରେ ସମର୍ଥ ।

ନୂଆ ଲାଇନ କାରଣରୁ ସଂପୃକ୍ତ ଅଞ୍ଚଳରେ ଲାଗି ରହିଥିବା ଲୋ-ଭୋଲଟେଜ୍ ସମସ୍ୟା ଓ ବିଦ୍ୟୁତ ବାଧାପ୍ରାପ୍ତଜନିତ ସମସ୍ୟା ମଧ୍ୟ ଦୂର ହୋଇପାରିଛି । ତେବେ ଉପଭୋକ୍ତାମାନେ ନୂତନ ଗ୍ରୀଡରୁ ଟଣାଯାଇଥିବା ୩୩ କେଭି ଲାଇନ ଯୋଗେ ନିରବଚ୍ଛିନ୍ନ ବିଜୁଳି ସେବା ପାଇପାରିବେ ।

Comments are closed.