Latest Odisha News

BREAKING NEWS

ସାର୍ବଜନୀନ ହେବ ରତ୍ନ ଭଣ୍ଡାର ରିପୋର୍ଟ

ଭୁବନେଶ୍ବର: ଖୋଲିବ ରତ୍ନଭଣ୍ଡାରର ଗୁମର । ଆସନ୍ତା ଜୁଲାଇ ୮ରେ ରତ୍ନଭଣ୍ଡାର ଖୋଲାଯିବା ନେଇ ବଡ ଘୋଷଣା ହେବା ପରେ । ଏବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ସାର୍ବଜନୀନ ହେବ ବୋଲି ସୂଚନା ଦିଆଯାଇଛି । ଯାହାକୁ କାହିଁ କେବେଠୁ ଓଡିଶାବାସୀ ଚାହିଁ ବସିଥିଲେ ତାହା ତାହା ଏବେ ବାସ୍ତବତା ହେବାକୁ ଯାଉଛି । ୨୦୧୮ରେ ହୋଇଥିବା ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ଯାଞ୍ଚ ରିପୋର୍ଟ ସାର୍ବଜନୀନ ହେବ। ଏନେଇ ରାଜ୍ୟ ସରକାର ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି। ଆଗାମୀ କ୍ୟାବିନେଟ ବୈଠକରେ ରିପୋର୍ଟ ଉପସ୍ଥାପନ ହେବ। ୩ ସପ୍ତାହ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୂଚନାଯୋଗ୍ୟ, ଆସନ୍ତା ଜୁଲାଇ ୮ ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବ । ଜୁଲାଇ ୭ରେ ମହାପ୍ରଭୁଙ୍କ ରଥଯାତ୍ରା ପରେ ୮ ତାରିଖରେ ଖୋଲାଯିବ ରତ୍ନ ଭଣ୍ଡାର । ଏଥିପାଇଁ ରତ୍ନଭଣ୍ଡାର ବାହାର ପାର୍ଶ୍ବ କାନ୍ଥ ଲେଜର ସ୍କାନିଂ କରାଯାଇଛି । ରତ୍ନ ଭଣ୍ଡାର ଖୋଲାଯାଇ ଅନୁଧ୍ୟାନ କରାଯିବା ପରେ ଏହାର ମରାମତି କାର୍ଯ୍ୟ କରାଯିବ ବୋଲି କିଛି ବଡ ରାୟ ଦେଇଛନ୍ତି ଏଏସଆଇ ସୁପରିଟେଣ୍ଡେଣ୍ଟ ଡି. ବି ଗଡନାୟକ ।

ରତ୍ନଭଣ୍ଡାର ସ୍ଥିତି ଅତ୍ୟନ୍ତ ଶୋଚନୀୟ ଥିବାରୁ ଗଜପତି ମହାରାଜାଙ୍କ ଠାରୁ ଆରମ୍ଭ କରି ପଣ୍ଡାଙ୍କ ସମେତ ବାଲୁକା ଶିଲ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ କ୍ଷୋଭ ପ୍ରକାଶ କରିବା ସହ ଶୀଘ୍ର ମରାମତି ଓ ଅଳଙ୍କାର ଗଣତି ପାଇଁ ଅପିଲ୍ କରି ଆସୁଥିଲେ । ହେଲେ ଏନେଇ କର୍ଣ୍ଣପାତ କରୁନଥିଲେ ତତ୍କାଳୀନ ସରକାର । ଯାହାକୁ ଚଳିତ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କରିଥିଲା ବିଜେପି । ଆଉ ଏହାର ଆଧାରରେ ବର୍ତ୍ତମାନ ଓଡିଶାର ମଙ୍ଗ ଧରିଛି ବିଜେପି  । ବିଜେପି ସରକାର ଆସିବା ପରେ ଦେଇଥିବା କଥା ଗୋଟି ଗୋଟି କରି ପୂରଣ କରୁଛି । ପ୍ରଥମେ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ପରେ ଏବେ ଜୁଲାଇ ୮ରେ ବଡଦେଉଳର ରତ୍ନ ଭଣ୍ଡାର ଖୋଲିବା ନେଇ ବଡ ଘୋଷଣା କରିଛନ୍ତି । ସବୁ ତର୍କ ବିତର୍କ ଉପରେ ବିରାମ ଲଗାଇ ରଥଯାତ୍ରା ପରଦିନ ଖୋଲିବ ରତ୍ନ ଭଣ୍ଡାର ଗୁମର ।

Comments are closed.