Latest Odisha News

ପାଟଣାଗଡ ସିଲିଣ୍ଡର ବିସ୍ଫୋରଣ ଘଟଣା: ୪ ମାସ ପରେ ମହିଳାଙ୍କ ମୃତ୍ୟୁ

ପାଟଣାଗଡ଼: ସିଲିଣ୍ଡର ବିସ୍ଫୋରଣର ୪ ମାସ ପରେ ମହିଳାଙ୍କ ମୃତ୍ୟୁ । ବେଲପଡ଼ା ଥାନା କାନୁଟ ଗାଁରେ ଗୁରୁତର ଅସୁସ୍ଥ ମହିଳାଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ପରିବାରର ୩ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଗତ ୧୦ ଫେବୃଆରୀରେ ଘରେ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା ।

ସୂଚନା ଥାଉକି, ପାଟଣାଗଡ଼ ବେଲପଡା ଥାନା କାନୁଟ ଗାଁରେ ଗତ ଫେବୃଆରୀ ୧୦ ତାରିଖରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଘଟଣାରେ ମୋଟ ୬ ଜଣ ଗୁରୁତର ହୋଇଥିବା ବେଳେ ଫେବୃଆରୀ ୧୨ ତାରିଖରେ ରାଉରକେଲାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ୧୬ ଫେବୃଆରୀରେ ପୁଣି ୩ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହାପରେ ୧୭ ଫେବୃଆରୀରେ ମା’ଙ୍କ ମୃତ୍ୟୁ ସହି ନପାରି ୧୯ ବର୍ଷୀୟ ପୁଅ ଆତ୍ମହତ୍ୟା କରିଥିଲେ । ଦୀର୍ଘ ୪ ମାସ ପରେ ଶେଷରେ ଉକ୍ତ ଘଟଣାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ମହିଳାଙ୍କର ମୃତ୍ୟୁ ହୋଇଛି ।

Comments are closed.