Latest Odisha News

BREAKING NEWS

ଆସନ୍ତା ୨୬ରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ବଢ଼ିବ ବର୍ଷାର ପରିମାଣ: ପାଣିପାଗ ବିଭାଗ

ଭୁବନେଶ୍ବର: ବଙ୍ଗୋପସାଗରରେ ଆସନ୍ତା ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ ୨୬ ରୁ ବର୍ଷାର ପରିମାଣ ବଢିବ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି ।

ପାଣିପାଗ ବିଭାଗର ସୂଚନା ମୁତାବକ, ଘୂର୍ଣ୍ଣିବଳୟ ଯୋଗୁଁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ହେବ । ତେବେ ୨୬ ରୁ ୨୮ କିତେକ ସ୍ଥାନରେ ପ୍ରବଳ ବର୍ଷା ହେବ । ଉପକୂଳ, ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ଘଡଘଡ ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ ୩୦ ରୁ ୪୦ କିମି ବେଗରେ ପବନ ବହିପାରେ ।

ତେବେ ୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ୨୪ ଟି ଜିଲ୍ଲା ରେ ବହୁତ କମ୍ ବର୍ଷା ହୋଇଛି । ସୋମବାର ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ତୁଳନାରେ ୪୧% କମ୍ ବର୍ଷା ହୋଇଛି ।

Comments are closed.