Latest Odisha News

ଗିଲଙ୍କ ନେତୃତ୍ୱରେ ଜିମ୍ବାୱେ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ପରେ ଭାରତୀୟ ଟିମ ଜିମ୍ବାୱେ ଗସ୍ତରେ ଯିବ । ସେଠାରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳାଯିବ । ଏହି ଗସ୍ତ ପାଇ ଶୁଭମନ ଗିଲଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରାଯାଇଛି । ଏହି ଗସ୍ତ ପାଇଁ ସମସ୍ତ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ଆଇପିଏଲ ୨୦୨୪ରେ ପ୍ରଭାବୀ ପ୍ରଦର୍ଶନ କରି ଦୃଷ୍ଟି ଆକର୍ଷଣ କରିଥିବା ଯୁବ ଖେଳାଳିଙ୍କୁ ଏହି ଗସ୍ତ ପାଇଁ ଚୟନ କରାଯାଇଛି । ଜୁଲାଇ ୬ରୁ ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମୁକାବିଲା ଖେଳାଯିବ ।

ଜୁଲାଇ ୭ରେ ଦ୍ୱିତୀୟ, ଜୁଲାଇ ୧୦ରେ ତୃତୀୟ, ଜୁଲାଇ ୧୩ରେ ଚତୁର୍ଥ ଓ ୧୪ରେ ୫ମ ମ୍ୟାଚ ଖେଳାଯିବ ।
ଭାରତ ଟିମ: ଶୁଭମନ ଗିଲ (ଅଧିନାୟକ), ଯଶସ୍ୱୀ ଜୈସୱାଲ, ରିତୁରାଜ ଗାଏକ୍ୱାଡ, ଅଭିଷେକ ଶର୍ମା, ରିଙ୍କୁ ସିଂ, ସଞ୍ଜୁ ସାମସନ, ଧ୍ରୁବ ଜୁରେଲ, ନୀତିଶ ରେଡ୍ଡୀ, ରିୟାନ ପରାଗ, ୱାଶିଂଟନ ସୁନ୍ଦର, ରବି ବିଶ୍ନୋଇ, ଆଭେଶ ଖାଁ, ଖଲୀଲ ଅହମ୍ମଦ, ମୁକେଶ କୁମାର ଓ ତୁଷାର ଦେଶପାଣ୍ଡେ ।

Comments are closed.