Latest Odisha News

ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁ ରେ ଥାନାରେ ଏତଲା

ଭୁବନେଶ୍ୱର: ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ଲିଖିତ ଅଭିଯୋଗ । କ୍ୟାପିଟାଲ ଥାନାରେ ଅଭିଯୋଗ କଲେ ଆଇନଜୀବୀ ସତ୍ୟ ଶିବସୁନ୍ଦର ମହାନ୍ତି। ସରକାରୀ ବାସଭବନରେ ଅନୁମତି ନନେଇ ନିର୍ମାଣ କରିଥିବା ଅଭିଯୋଗରେ ଏତଲା ଦାୟର କରାଯାଇଛି। ସ୍ବତନ୍ତ୍ର କମିଟି ଗଢ଼ି ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଭିଯୋଗପତ୍ରରେ ଦାବି କରିଛନ୍ତି ସତ୍ୟ ଶିବସୁନ୍ଦର । ଅନ୍ୟପଟେ ସତ୍ୟ ଶିବସୁନ୍ଦରଙ୍କ ଅଭିଯୋଗ ନେଇ ଏପର୍ଯ୍ୟନ୍ତ ପ୍ରଣବ ପ୍ରକାଶଙ୍କ ପ୍ରତିକ୍ରିୟା ମିଳିନି।

ପ୍ରଣବ ପ୍ରକାଶ ଦାସ ନିଜ ସରକାରୀ ବାସଭବନରେ ନିର୍ମାଣ କାର୍ଯ୍ୟ କରିଥିଲେ । ଏହି ଜାଗାରେ ନିର୍ମାଣ କାର୍ଯ୍ୟ ପାଇଁ ସେ ପ୍ରଶାସନଠାରୁ ମଧ୍ୟ ଅନୁମତି ନେଇନଥିଲେ । ଏହି ନିର୍ମାଣ ସମ୍ପୂର୍ଣ୍ଣ ବେଆଇନ ହୋଇଥିବାରୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି ଆଇନଜୀବୀ ସତ୍ୟ ଶିବସୁନ୍ଦର। ସେ ତାଙ୍କ ସରକାରୀ ଘରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ କରିଥିଲେ କିନ୍ତୁ ତାଙ୍କ ଦଳ ହାରିବା ପରେ ଏବେ ତାହା ଭାଙ୍ଗି ଦେଇଛନ୍ତି ବୋଲି କହିଛନ୍ତି ଶିବସୁନ୍ଦର।

Comments are closed.