Latest Odisha News

BREAKING NEWS

୩ କୋଟି ଟଙ୍କାର ଚୋରା ସୁନା ଜବତ କଲା ଡିଆର୍‌ଆଇ

ଭୁବନେଶ୍ବର: ୩ କୋଟି ଟଙ୍କାର ଚୋରା ସୁନା ଜବତ କଲା ଡିଆର୍‌ଆଇ।ବସ୍‌ରେ କୋଲକାତାରୁ ହାଇଦ୍ରାବାଦ ଚାଲାଣ ବେଳେ ଧରାପଡ଼ିଲା। ୩ କେଜି ୯୮୨ ଗ୍ରାମ୍‌ ସୁନା ଜବତ କରିଛି ଡିଆରଆଇ ଯାହାର ମୂଲ୍ୟ ୨ କୋଟି ୯୮ ଲକ୍ଷ ଟଙ୍କା। ସୁନା ଜବତ ସହ ଚାଲାଣରେ ସଂପୃକ୍ତ ୨ ଜଣଙ୍କୁ ଗିରଫ କରିଛି ଡିଆରଆଇ।

ସୂଚନା ଅନୁସାରେ, କୋଲକାତାରୁ ହାଇଦ୍ରାବଦକୁ ଚୋରା ଚାଲାଣ ହେଉଥିବା ବେଳେ ଏହି ସୁନାକୁ ଜବତ କରିଛି ରାଜସ଼୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ । ବିଶେଷ ସୂତ୍ରରୁ ଖବର ପାଇ ରାଜସ଼୍ବ ବିଭାଗ ଚଢ଼ାଉ କରିଥିଲା । ୩ କେଜି ୯୮୨ ଗ୍ରାମ୍‌ ଅର୍ଥାତ ପାଖାପାଖି ୪ କେଜି ସୁନା ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨ କୋଟି ୯୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଚୋରା ଚାଲାଣରେ ଜଡ଼ିତ ଦୁଇଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

Comments are closed.