Latest Odisha News

ମଣିପୁର ହିଂସା: ପାଟ୍ରୋଲିଂ ବେଳେ ପୋଲିସ ସହ ସିଆରପିଏଫଙ୍କ ଉପରେ ଆକ୍ରମଣ, ଜଣେ ଯବାନ ସହିଦ

ଇମଫାଲ: ମଣିପୁରରୁ ପୁଣି ଏକ ମାମଲା ସାମ୍ନାକୁ ଆସିଛି, ଯାହାକି ଆଶ୍ଚର୍ଯ୍ୟ କରିଛି। ମଣିପୁର ହିଂସାରେ ପୁଣି ଜଣେ ଯବାନ ସହିଦ ହୋଇଛନ୍ତି। ସନ୍ଦିଗ୍ଧ ଉଗ୍ରବାଦୀମାନେ ମଣିପୁରର ଜିରିବାମରେ ସିଆରପିଏଫ୍ ଏବଂ ରାଜ୍ୟ ପୋଲିସର ମିଳିତ ଟିମ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଜଣେ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି। ପୋଲିସର ଜଣେ କମାଣ୍ଡ ସ୍ତରୀୟ ଅଫିସର ଗୁରୁତର ହୋଇଛନ୍ତି। ଏହାସମେତ ଅନ୍ୟ ତିନି ଯବାନ ଆହତ ହୋଇଥିବା ସୂଚନା ରହିଛି।

ଏଠାରେ ପୋଲିସ ସହ ପାଟ୍ରୋଲିଂ କରିବାକୁ ଯାଇଥିବା ସିଆରପିଏଫ ଯବାନଙ୍କ ଉପରେ ସନ୍ଦିଗ୍ଧ ଉଗ୍ରବାଦୀମାନେ ଆକ୍ରମଣ କରିଛନ୍ତି । ଏବେ ପୋଲିସ ଓ ସିଆରପିଏଫ ଯବାନ ଉଗ୍ରବାଦୀଙ୍କୁ ଖୋଜିବାରେ ଲାଗିଛନ୍ତି । ମଣିପୁର ପୋଲିସ ଅଧିକାରୀ କହିଛନ୍ତି କି, ଆସାମ ସୀମାକୁ ଲାଗିଥିବା ଜିଲ୍ଲାଗୁଡିକରେ ସନ୍ଦିଗ୍ଧ ଉଗ୍ରବାଦୀମାନେ ଗୁଳିବର୍ଷଣ କରୁଛନ୍ତି । ଏଥିପାଇଁ ସିଆରପିଏଫ ଯବାନ ଓ ସ୍ଥାନୀୟ ପୋଲିସ ଅପରେସନ କରିବାକୁ ଯାଉଥିଲେ । ହଠାତ ଉଗ୍ରବାଦୀମାନେ ଗୁଳି ଚଳାଇଥିଲେ ।

ଏହାପରେ ଯବାନଙ୍କ ପାଲଟା ଗୁଳିଚାଳନା ଫଳରେ ଉଗ୍ରବାଦୀମାନେ ନିକଟସ୍ଥ ଜଙ୍ଗଲ ଭିତରକୁ ଚାଲିଯାଇଛନ୍ତି । ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂ କଡ଼ା ନିନ୍ଦା କରିଛନ୍ତି। ଏନେଇ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି ସହିଦ ଯବାନଙ୍କୁ ନେଇ ଦୁଃଖ ପ୍ରକାଶ କରି କହିଛନ୍ତି, ଯବାନଙ୍କ ବଳିଦାନ ବୃଥା ହେବ ନାହିଁ ବୋଲି କହିଛନ୍ତି। ଏହାସହିତ ଆହତଙ୍କ ଶୀଘ୍ର ସୁସ୍ଥ ପାଇଁ ପ୍ରାର୍ଥନା କରିଛନ୍ତି। ରିପୋର୍ଟ ଅନୁଯାୟୀ, ସହିଦ ଯବାନଙ୍କ ନାମ ଅଜୟ କୁମାର ଝା ବୋଲି କୁହାଯାଉଛି। ତାଙ୍କର ବୟସ ୪୩ ବର୍ଷ ଏବଂ ସେ ବିହାରର ବାସିନ୍ଦା ଥିଲେ।

ଗତ କିଛି ସପ୍ତାହ ଧରି ମଣିପୁରର ଜିରିବାମ ଅଞ୍ଚଳରେ ହିଂସା ଦେଖିବାକୁ ମିଳିଥିଲା। ମୈତେଇ ଏବଂ କୁକି ମଧ୍ୟରେ ପୁଣି ହିଂସା ଆରମ୍ଭ ହୋଇଛି ଯେଉଁଥିପାଇଁ ଉଗ୍ରବାଦୀମାନେ ବର୍ତ୍ତମାନ ସିଆରପିଏଫ ଯବାନମାନଙ୍କୁ ମଧ୍ୟ ଆକ୍ରମଣ କରୁଛନ୍ତି। ମଣିପୁର ରାଜ୍ୟରେ ସଂଖ୍ୟାଲଘୁ ମୈତେଇ ଏବଂ ସଂଖ୍ୟାଲଘୁ ଆଦିବାସୀ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସା ପୁଣି ଥରେ ଉଗ୍ର ରୂପ ନେବାକୁ ଯାଉଛି। ଦୀର୍ଘ ଦିନ ଧରି ଚାଲିଥିବା ଏହି ବିବାଦରେ ଶହ ଶହ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୬୭ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି।

Comments are closed.