Latest Odisha News

ଆବାସିକ କମିଶନର ପଦବୀରୁ ବିଦା ହେଲେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ରବି କାନ୍ତ

ଭୁବନେଶ୍ଵର: ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର ପଦବୀରୁ ବିଦା ହେଲେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ରବି କାନ୍ତ । ବରିଷ୍ଠ ଆଇପିଏସ ରବି କାନ୍ତଙ୍କୁ ରାଜ୍ୟ ଗୃହ ବିଭାଗ ଓଏସ୍‌ଡି ଭାବେ ବଦଳି କରାଯାଇଛି। ଏନେଇ ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୮ ବ୍ୟାଚ ଆଇପିଏସ ରବି କାନ୍ତ ଏବେ ଆବାସିକ କମିଶନର ଅଛନ୍ତି। ରବି କାନ୍ତଙ୍କ ପୂର୍ବରୁ ଆଶିଷ ସିଂଙ୍କୁ ଓଏସ୍‌ଡି ଭାବେ ବଦଳି ହୋଇଥିଲା।

ବର୍ତ୍ତମାନ ନୂଆଦିଲ୍ଲୀରେ କାର୍ଯ୍ୟରତ ଆଇଏଏସ୍ ବିଶାଳ ଗଗନଙ୍କୁ ଆବାସିକ କମିଶନର ଭାବେ ନିଯୁକ୍ତି ମିଳିଛି । ନୂଆଦିଲ୍ଲୀରେ ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ(ଓଆଇଇପିଓ) ଭାବେ କାର୍ଯ୍ୟରତ ୧୯୯୮ ବ୍ୟାଚ୍ ଆଇଏଏସ୍ ବିଶାଳ ଗଗନଙ୍କୁ ନୂଆ ଆବାସିକ କମିଶନର ଭାବେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବାକୁ କୁହାଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

Comments are closed.