Latest Odisha News

BREAKING NEWS

ନବବିବାହିତ ସ୍ତ୍ରୀର ରହସ୍ୟଜନକ ମୃତ୍ୟୁ ପରେ ଥାନାରୁ ଛୁ ମରିଲା ସ୍ୱାମୀ, ପୋଲିସ ଜଳକା

ବ୍ରହ୍ମପୁର: ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ନବ ବିବାହିତ ମହିଳାଙ୍କ ସ୍ୱାମୀ ବ୍ରହ୍ମପୁର ମେଡ଼ିକାଲରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର ଗୋଳନ୍ଥରା ଥାନା ଓଡିଆରପି କଲୋନୀରେ ରହୁଥିବା ଲକ୍ଷ୍ମୀ ମହାରଣା ୪ ମାସ ତଳେ ରାଣୀ ମହାରଣାଙ୍କୁ ବିବାହ କରିଥିଲେ। ରାଣୀଙ୍କ ପିତାମାତାଙ୍କ କହିବା ଅନୁଯାୟୀ, ଜ୍ୱାଇଁ ଲକ୍ଷ୍ମୀ ମହାରଣା ତାଙ୍କ ପତ୍ନୀଙ୍କୁ ବାରମ୍ବାର ଗାଳିଗୁଲଜ କରୁଥିଲେ। ସୋମବାର ବିଳମ୍ବିତ ରାତିରେ ଲକ୍ଷ୍ମୀ ରାଣୀଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ଯେ ସେ ଆତ୍ମହତ୍ୟା କରିଛନ୍ତି।

ରାଣୀଙ୍କ ପରିବାର ଲୋକେ ଗୋଳନ୍ଥରା ଥାନାରେ ଏ ନେଇ ଅଭିଯୋଗ କରିବା ପରେ ଲକ୍ଷ୍ମୀଙ୍କୁ ମେଡିକାଲ ଥାନାରେ ଅଟକ ରଖାଯାଇଥିଲା। ତେବେ ଲକ୍ଷ୍ମୀ ହେପାଜତରୁ ଫେରାର ହୋଇଯାଇଥିବା ବେଳେ ଘଟଣା ସମ୍ପର୍କରେ ପୁଲିସ କୌଣସି ପ୍ରତିକ୍ରିୟା ଦେଇନଥିବା ଜଣାପଡ଼ିଛି। ଏହି ସମୟରେ ଲକ୍ଷ୍ମୀ ରାଣୀଙ୍କୁ ଭୟଭୀତ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

୪ ମାସ ତଳେ ବିବାହ କରିଥିଲେ। ସେ (ଲକ୍ଷ୍ମୀ) ତାଙ୍କୁ ବାରମ୍ବାର ଶାରୀରିକ ନିର୍ଯାତନା ଦେଉଥିଲେ। ଆମେ ପୂର୍ବରୁ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲୁ। ମୃତ୍ୟୁର ଦୁଇ ଦିନ ପୂର୍ବରୁ ତାଙ୍କୁ ମାଡ଼ ମରାଯାଇଥିଲା ଏବଂ ତାଙ୍କ ଶରୀରରେ କ୍ଷତ ଚିହ୍ନ ଥିଲା। ତାଙ୍କୁ ଫାଶୀ ଦଣ୍ଡ ଦେବାକୁ ଆମେ ଦାବି କରୁଛୁ,” କହିଛନ୍ତି ରାଣୀଙ୍କ ଭାଇ ରାଜେଶ କୁମାର ମହାରଣା।

ଲକ୍ଷ୍ମୀଙ୍କ ମା’ କୁମୁଦିନୀ ମହାରଣା ଆଶ୍ଚର୍ଯ୍ୟ ପ୍ରକଟ କରି କହିଛନ୍ତି, ଆମେ ଅଲଗା ରହୁଥିବାରୁ ଗତକାଲି ସେମାନଙ୍କ ମଧ୍ୟରେ କ’ଣ ଘଟିଥିଲା ମୁଁ ଜାଣି ନାହିଁ। ରାଣୀ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାଇବା ପାଇଁ ସେ ମୋତେ ଫୋନ୍ କରିବା ପରେ ମୁଁ ଏ ବିଷୟରେ ଜାଣିବାକୁ ପାଇଲି।

ତେବେ ମୃତକଙ୍କ ସ୍ୱାମୀ କିଭଳି ପୋଲିସ ହେପାଜତରୁ ଫେରାର ହୋଇଗଲା ତାହା ଏବେ ବଡ଼ ପ୍ରଶ୍ନ। ଜଣେ ସାଧାରଣ ମଣିଷଟିଏ ପୋଲିସ ହେପାଜତରୁ ଖସିଯିବା ପରେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି।

Comments are closed.