Latest Odisha News

BREAKING NEWS

ବାଂଲାଦେଶରେ ସରକାରୀ ଚାକିରି ଉପରୁ ହଟିଲା ସଂରକ୍ଷଣ

ଢାକା: ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣ ବିରୋଧରେ ଜାରି ରହିଥିବା ହିଂସା ମଧ୍ୟରେ ସୁପ୍ରିମକୋର୍ଟ ବଡ ରାୟ ଶୁଣାଇଛନ୍ତି। ସଂରକ୍ଷଣ କୋଟା ହ୍ରାସ କରିବାକୁ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବାଂଲାଦେଶ ସୁପ୍ରିମକୋର୍ଟ ପ୍ରତ୍ୟାହାର କରି ନେଇଛନ୍ତି। ଏହି ନିଷ୍ପତ୍ତି ସାରା ଦେଶରେ ବିକ୍ଷୋଭ ମଧ୍ୟରେ ପ୍ରଦର୍ଶନକାରୀଙ୍କ ପାଇଁ ଏକ ବିଜୟ ବୋଲି ଚର୍ଚ୍ଚା ହେଉଛି।

ଏବେ ସଂଗ୍ରାମୀଙ୍କ ସନ୍ତାନଙ୍କ ପାଇଁ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣକୁ ପାଞ୍ଚ ପ୍ରତିଶତକୁ ହ୍ରାସ କରାଯାଇଛି। ସେହିପରି ସଂଖ୍ୟାଲଘୁ, ଟ୍ରାନ୍ସଜେଣ୍ଡର ଏବଂ ଭିନ୍ନକ୍ଷମଙ୍କୁ ଦୁଇ ପ୍ରତିଶତ ସଂରକ୍ଷଣ ଦିଆଯିବ। ଏଣିକି ୯୩ ପ୍ରତିଶତ ପଦବୀ ଯୋଗ୍ୟତା ଆଧାରରେ ପୂରଣ ହେବ।

ତେବେ ହିଂସାରେ ଏଯାବତ ୧୩୩ ଜଣ ମୃତ ଓ ୨୫ଶହରୁ ଅଧିକ ଆହତ ହୋଇଛନ୍ତି । ରାଷ୍ଟ୍ରବ୍ୟାପୀ କର୍ଫ୍ୟୁ ଲାଗୁ କରାଯାଇଥିଲା।

କାହିଁକି ହେଉଛି ବିରୋଧ?

ବିଶ୍ୱବିଦ୍ୟାଳୟରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନର ନିଆଁରେ ଏବେ ସମଗ୍ର ଦେଶ ଜଳୁଛି। ୧୯୭୧ ମସିହାରେ ଯେଉଁମାନେ ପାକିସ୍ତାନରୁ ସ୍ୱାଧୀନତା ପାଇଁ ଲଢିଥିଲେ ସେମାନଙ୍କୁ ମୁକ୍ତି ଯୋଦ୍ଧା କୁହାଯାଏ। ସରକାର ଏହି ସଂଗ୍ରାମୀଙ୍କ ସନ୍ତାନଙ୍କ ପାଇଁ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ସୁବିଧା କଥା ଘୋଷଣା କରିଥିଲେ । ଯାହାକୁ ନେଇ ସେଠାରେ ବିରୋଧ କରାଯାଉଛି ।

ବାଂଲାଦେଶରେ ସରକାରୀ ଚାକିରିରେ ୫୬ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ବାକି ୪୪ ପ୍ରତିଶତ ଚାକିରି ମେରିଟ୍ ଆଧାରରେ ମିଳିଥାଏ । ତେବେ ବାଂଲାଦେଶରେ ହିନ୍ଦୁମାନଙ୍କ ପାଇଁ କୌଣସି ପୃଥକ ସଂରକ୍ଷଣ ବ୍ୟବସ୍ଥା ନାହିଁ।

 

Comments are closed.