Latest Odisha News

କଂଗ୍ରେସ ବୈଠକରେ ଯୋଗ ଦେଲେନି ତାରା, ପଚାରିବାରୁ କିଛି ଏମିତି କହିଲେ….

ଭୁବନେଶ୍ବର: ଆଜି ବିଧାନସଭା ଅଧିବେଶନ ପୂର୍ବରୁ ବସିଥିଲା କଂଗ୍ରେସ ବିଧାୟକ ଦଳ ବୈଠକ । ବିଧାନସଭାର ୫୪ ନଂ କକ୍ଷରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ହେଲେ ଏହି ବୈଠକରେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ବାହିନୀପତି ଓ ରମେଶ ଜେନା ଯୋଗ ଦେଇନଥିଲେ ।

ଏନେଇ ତାରାଙ୍କୁ ପଚାରଯିବାରୁ ମୋତେ ବୈଠକୁ ଡକାଯାଇନାହିଁ ବୋଲି କହିଛନ୍ତି ତାରା । ଓଲଟା ଆଉ କିଏ ଆସିନଥିଲା ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ପଚାରିଥିଲେ ତାରା । କଂଗ୍ରେସ ବିଧାୟକ ଦଳ ବୈଠକକୁ ନ ଆସିବା ନେଇ ତାରାଙ୍କ କହିଛନ୍ତି, ବିଧାୟକ ଦଳ ବୈଠକକୁ ମୋତେ ଡକାଯାଇ ନ ଥିଲା । ବୈଠକ ବସୁଛି ବୋଲି ମୁଁ ଜାଣିନି । ଏହା ସହିତ ମୁଁ ଏକା ଆସି ନ ଥିଲି ନା ଆଉ କିଏ ଆସି ନ ଥିଲେ ବୋଲି ସଲଟା ପଚାରିଥିଲେ ତାରା ।

ତେବେ ସମସ୍ତ କଳ୍ପନା ଜଳ୍ପନା ପରେ ଗତକାଲି ଓଡିଶା ପିସିସି ଭାଙ୍ଗିଛି । ଏହା ସହିତ ସମସ୍ତ ପଦଧିକାରୀ ସଦସ୍ୟଙ୍କୁ ହଟାଯାଇଛି । ଏହା ସହିତ ବିଧାୟକ ଦଳ ନେତା ଭାବେ ରାମଚନ୍ଦ୍ର କାଡାମ, ଅଶୋକ ଦାସ ବିଧାୟକ ଦଳର ଉପନେତା, ସିଏସ୍‌ ରାଜନ ଏକ୍କା କଂଗ୍ରେସ ମୁଖ୍ୟ ସଚେତକ ଭାବେ ବଛାଯାଇଛନ୍ତି । ଏନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛି ଆଇସିସି । ଏପଟେ ବିଧାୟକ ଦଳ ନେତା ଭାବେ ତାରାଙ୍କ ନାଁ ଚର୍ଚ୍ଚାର ଶିରୋନାମା ପାଲଟିଥିବା ବେଳେ ତାଙ୍କୁ ଏନେଇ ଚୟନ କରିନଥିଲା ଦଳ । ଆଉ ଆଜି ତାରାଙ୍କ ଅଭିଯୋଗକୁ ଦେଖିଲେ ଲାଗୁଛି, ତାରାଙ୍କୁ ଦୂରେଇ ଦେବାକୁ ଚାହୁଁଛି କି ଦଳ?

Comments are closed.