Latest Odisha News

BREAKING NEWS

ମହିଳା ଏସିଆ କପ କ୍ରିକେଟ: ୨୦ ବର୍ଷ ପରେ ଚାମ୍ପିୟନ ହେଲା ଶ୍ରୀଲଙ୍କା

ପାଲ୍ଲୀକେଲ: ଦୀର୍ଘ ୨୦ ବର୍ଷ ପରେ ଶ୍ରୀଲଙ୍କା ମହିଳା ଏସିଆ କପ କ୍ରିକେଟ ଟାଇଟଲ ଜିତିବାରେ ସଫଳ ହୋଇଛି । ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୨ ୱିକେଟ ବିନିମୟରେ ୧୬୫ ରନ କରିଥିଲା । ସ୍ମୃତି ମାନ୍ଧାନା ୬୦ ଓ ରିଚା ଘୋଷ ୩୦ ରନ କରିଥିଲେ । ଜବାବରେ ଅଧିନାୟକ ଚମାରୀ ଅଟ୍ଟାପଟ୍ଟୁଙ୍କ ୬୧ ଓ ହର୍ଷିତା ସମରବ୍ରିକମାଙ୍କ ୬୯ ରନ ସହାୟତାରେ ଶ୍ରୀଲଙ୍କା ୮ ୱିକେଟରେ ଭାରତକୁ ପରାସ୍ତ କରିଥିଲା । ଉଭୟ ୮୭ ରନର ପାର୍ଟନରଶିପ ସଂଗ୍ରହ କରି ମ୍ୟାଚକୁ ଏକତରଫା ଭାବେ ଜିତି ନେଇଥିଲେ ।

ଭାରତୀୟ ବୋଲର ୱିକେଟ ହାସଲରେ ବିଫଳ ହୋଇଥିଲେ । ୨୦୧୮ ପରେ ଦ୍ୱିତୀୟ ଥର ପାଇଁ ଭାରତ ଫାଇନାଲରେ ପରାଜିତ ହୋଇଛି । ଅପରପକ୍ଷରେ ଶ୍ରୀଲଙ୍କା ଏହା ପୂର୍ବରୁ ୫ ଥର ରନର୍ସଅପ ହୋଇଛି । ଭାରତ ଓଭରାଲ ୭ ଥର ଚାମ୍ପିୟନ ହୋଇଛି । ହର୍ଷିତା ପ୍ଲେୟାର ଅଫ ଦି ମ୍ୟାଚ ଓ ଚମାରୀ ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଥିଲେ ।

Comments are closed.