Latest Odisha News

ରାଜ୍ୟରେ ନାହିଁ ବନ୍ୟା ପରିସ୍ଥିତି, ସ୍ଥିତି ଦେଖି ନିଆଯିବ ନିଷ୍ପତି

ଭୁବନେଶ୍ୱର: ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ l ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି । ଏବେ ରାଜ୍ୟରେ ବର୍ଷର ପରିମାଣ କମିଛି । ତେଣୁ ରାଜ୍ୟରେ ଏବେ ବନ୍ୟାର ସ୍ଥିତି ନାହିଁ। ଉପର ମୁଣ୍ଡରେ ମହାନଦୀର ଜଳ ସ୍ତର କମୁଛି । ଅନ୍ୟପଟେ ହୀରାକୁଦରେ ଦୁଇଟି ଗେଟ ବନ୍ଦ କରାଯାଇଛି। ସ୍ଥିତି ଦେଖି ଆଗକୁ ଆହୁରି ଗେଟ ବନ୍ଦ କରାଯିବ ବୋଲି କହିଛନ୍ତି ମୁଖ୍ୟଯନ୍ତ୍ରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପିକ ସମୟରେରେ ମୁଣ୍ଡଳୀରେ ୪ ଲକ୍ଷ ୮୫ ହଜାର କ୍ୟୁସେକ ଜଳ ପ୍ରବାହିତ ହୋଇଥିଲା । ଏବେ ୪ ଲକ୍ଷ ୩୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଆଗକୁ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ। ଅନ୍ୟପଟେ ଆଜି ଲୋୟର ଇନ୍ଦ୍ରର ଦୁଇଟି ଗେଟ ଖୋଲାଯାଇଛି। ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସହ ବନ୍ୟା ସ୍ଥିତି ନେଇହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଆଗାମି ବନ୍ୟା ପାଇଁ ସତର୍କ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମୁଖ୍ୟଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।

ସୂଚନାଯୋଗ୍ୟ ଯେ, ଉପର ମୁଣ୍ଡରେ ଜଳ ପ୍ରବାହ କମିବାରୁ ହୀରାକୁଦର ଦୁଇଟି ଗେଟକୁ ବନ୍ଦ କରି ଦିଆଯାଇଛି । ଏବେ ୧ ଲକ୍ଷ ୫୭ ହଜାର ୨୭୨ କ୍ୟୁସେକ ଜଳ ହୀରାକୁଦରେ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୯ ହଜାର ୭୪୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ସକାଳ ପ୍ରାୟ ୬ ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୧.୮୫ ଫୁଟ ରହିତିଳ ।

ସେପଟେ ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ। ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ୧୧ ଜିଲ୍ଲାରେ ବିଜୁଳି , ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଆକଳନ କରିବା ସହ ସେହି ଜିଲ୍ଲା ମାନଙ୍କ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

Comments are closed.