Latest Odisha News

BREAKING NEWS

ପୂଜା ଖେଡକରଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ବହିଷ୍କୃତ ହୋଇଥିବା ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ କୋର୍ଟରୁ ବଡ଼ ଝଟକା ମିଳିଛି । ତାଙ୍କ ଆଗୁଆ ଜାମିନ ଆବେଦନକୁ ପଟିଆଲା ହାଉସ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଏଥିସହ ନକଲି ପ୍ରମାଣପତ୍ର ବ୍ୟବହାର କରି ଆଉ କେହି ସଂରକ୍ଷଣର ସୁବିଧା ନେଇଛନ୍ତି କି ନାହିଁ ତାହା ଅନୁସନ୍ଧାନ କରିବାକୁ ପଟିଆଲା ହାଉସ କୋର୍ଟ ୟୁପିଏସସିକୁ କହିଛନ୍ତି । ଏହା ସହ ୟୁପିଏସସିର କେହି ପୂଜା ଖେଡକରଙ୍କୁ ସାହାଯ୍ୟ କରିଛନ୍ତି କି ନାହିଁ ତାହାର ତଦନ୍ତ କରିବାକୁ କୋର୍ଟ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ସହ ପୂଜା ଖେଡକରଙ୍କ କୋର୍ଟରେ ଉପସ୍ଥିତି ନେଇ କୋର୍ଟ ପ୍ରଶ୍ନ ଉଠାଇଛନ୍ତି । ସେ ଅନୁପସ୍ଥିତ ଥିବାରୁ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କୋର୍ଟ କହିଛନ୍ତି ଯେ, ଯଦି ଅଭିଯୁକ୍ତ ପୁରା ଅଧିବେଶନରେ ଥରେ ଉପସ୍ଥିତ ଥାଆନ୍ତି, ତେବେ ତାଙ୍କୁ ସର୍ବଦା ଉପସ୍ଥିତ ରହିବା ବିବେଚନା କରାଯିବ ନାହିଁ ।

ସୂଚନାଯୋଗ୍ୟ, ୟୁପିଏସସି ଅଭିଯୋଗରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଏହି ଠକେଇ ମାମଲାରେ ପୂଜା ଖେଡକରଙ୍କ ବିରୋଧରେ ମାମଲା ପଞ୍ଜୀକୃତ କରିଛି । ୟୁପିଏସସି ପକ୍ଷରୁ ପୂଜାଙ୍କ ଦ୍ଵାରା ଦାଖଲ କରାଯାଇଥିବା ସମସ୍ତ କାଗଜପତ୍ର ଯାଞ୍ଚ କରାଯାଇଥିବାବେଳେ ସେ ନାଗରିକ ସେବା ପରୀକ୍ଷା ୨୦୨୨ ନିୟମକୁ ଉଲ୍ଲଂଘନ କରିଥିବା ସ୍ପଷ୍ଟ ହୋଇଛି ।

Comments are closed.