Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ବିଡିଓ

ଧର୍ମଗଡ଼: ୫ ଲକ୍ଷ ଟଙ୍କା ସହ ଧରାପଡ଼ିଲେ ଗୋଲାମୁଣ୍ଡା ବିଡିଓ । ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ଧରିଲା ଭିଜିଲାନ୍ସ । ଭବାନୀପାଟଣାରୁ ମିଟିଂ ସାରି ସରକାରୀ ଗାଡ଼ିରେ ଫେରିଲାବେଳେ ଜାରିଂ ଛକରେ ଧରାପଡ଼ିଲେ ବିଡିଓ ଅକ୍ଷମିତା । ଭବାନୀପାଟଣା ଭିଜିଲାନ୍ସ ଅଫିସରେ ବିଡିଓଙ୍କୁ ପଚରାଉଚରା ଜାରି ରଖିଛି ।

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବିଡ଼ିଓ ଅକ୍ଷମିତା କାର୍ତ୍ତିକ ତାଙ୍କ ସରକାରୀ ଗାଡିରେ ୭ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଂ ନିକଟରେ ମାଡି ବସିଥିଲା ଭିଜିଲାନ୍ସ ବିଭାଗର ୧୫ ଜଣିଆ ସ୍ବତନ୍ତ୍ର ଟିମ୍ । ଗାଡିରେ ଥିବା ନଗଦ ୭ ଲକ୍ଷ ଟଙ୍କା ଜବତ କରିବା ସହ ବିଡ଼ିଓ ଅକ୍ଷୟମିତା କାର୍ତ୍ତିକଙ୍କୁ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟଳୟରେ ଅଟକ ରଖି ପଚରାଉଚୁରା କରୁଛି । ସେପଟେ ଅନ୍ୟ ୩ଟି ଟିମ୍ ବର୍ତ୍ତମାନ ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଓ ବିଡ଼ିଓଙ୍କ ବାସଭବନରେ ଚଢାଉ ଜାରି ରଖିଛି ।

Comments are closed.