Latest Odisha News

BREAKING NEWS

୮୩୦୦ କୋଟି ଟଙ୍କା ଅତିରିକ୍ତ ବଜେଟକୁ ମଞ୍ଜୁର କଲେ ଓଡିଶା ସରକାର

ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା ମନ୍ତ୍ରୀ ପରିଷଦ ବୈଠକରେ ୮୩୦୦ କୋଟି ଟଙ୍କା ଅତିରିକ୍ତ ବଜେଟ୍ ମଞ୍ଜୁର କରାଯାଇଛି ।

ରାଜ୍ୟ ସଚିବାଳୟରେ ଶୀତକାଳୀନ ଅଧିବେଶନକୁ ଉଦଘାଟନ କରିବା ସହ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥୀକ ବର୍ଷ ଲାଗି ମଞ୍ଜୁର ହୋଇଥିବା ପ୍ରଥମ ଅତିରିକ୍ତ ବଜେଟର ବିସ୍ତୃତ ବିବରଣୀ ପ୍ରସ୍ତୁତ କରିବେ ।

ସୂଚନାଯୋଗ୍ୟ, ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହାର ପ୍ରଥମ ଦିନରେ ଗୃହରେ ଅତିରିକ୍ତ ବଜେଟ୍ ଆଗତ ହେବାନେଇ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.