Latest Odisha News

ଓ୍ୱାୟନାଡକୁ ଇଏସଏ ଘୋଷଣା କରାଯିବା, ଜାଣନ୍ତୁ କ’ଣ ଏହି ଇଏସଏ

ଓ୍ବାୟନାଡ: କେରଳ ଓ୍ବାୟନାଡରେ ଭୟଙ୍କର ଭୂସ୍ଖଳନ କାରଣରୁ ବର୍ତ୍ତମାନ ସୁଦ୍ଧା ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଏବେବି ୧୦୦ରୁ ଉର୍ଦ୍ଧ୍ବ ଲୋକ ନିଖୋଜ ଥିବା ଖବର ରହିଛି । ମାଟି ତଳେ ଅନେକ ଜୀବନ ରହିଛି । ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରାଡାରା ଡ୍ରୋନ୍‌ ସହାୟତାରେ ମାଟି ତଳେ ଫଶି ରହିଥିବା ଲୋକଙ୍କୁ ଖୋଜାଖୋଜି ଚାଲିଛି ।

ଏହା ଭିତରେ କେନ୍ଦ୍ର ପରିବେଶ ମନ୍ତ୍ରୀ ପାଶ୍ଚାତ୍ୟ ଘାଟଗୁଡ଼ିକୁ ଏକ ଇକୋଲୋଜିକାଲ୍ ସମ୍ବେଦନଶୀଳ କ୍ଷେତ୍ର (ଇଏସଏ) ଭାବରେ ଘୋଷଣା କରିବାକୁ ବର୍ତ୍ତମାନ ଏକ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରିଛନ୍ତି ଯେଉଁଥିରେ ୱାୟାନାଡର ଗ୍ରାମ ମଧ୍ୟ ରହିଛି । ଯେଉଁଠି ଭୂସ୍ଖଳନ କାରଣରୁ ଅନେକ ଲୋକଙ୍କର ଜୀବନ ଯାଇଛି ।

ଏହି ଭୂସ୍ଖଳନ ଜୁଲାଇ ୩୦ ତାରିଖ ସକାଳ ସମୟରେ ହୋଇଥିଲା । ସରକାରଙ୍କ ଇଏସଏ କ୍ଲାସିଫିକେସନ ପ୍ରସ୍ତାବ ୬ଟି ରାଜ୍ୟ ଏବଂ ୫୯ ହଜାର ୯୪୦ ବର୍ଗ କିଲୋମିଟର କ୍ଷେତ୍ର – କିମ୍ବା ପାଶ୍ଚାତ୍ୟ ଘାଟର ପ୍ରାୟ ୩୭ ପ୍ରତିଶତ ଅଞ୍ଚଳ ଅନ୍ତର୍ଭୁକ୍ତ । ସରକାର ଆଣିଥିବା ବର୍ତ୍ତମାନର ଡ୍ରାଫ୍ଟ ଜୁଲାଇ ୨୦୨୨ ରେ ପ୍ରକାଶିତ ଡ୍ରାଫ୍ଟ ପରି ଅଟେ ।

ଇଏସଏ ରେ କ’ଣ ହେବ ପରିବର୍ତ୍ତନ?
ଏହି ଡ୍ରାଫ୍ଟରେ, ୱାୟନାଡରେ ଥିବା ବିଥିରିର କିଛି ଅଂଶ ଇଏସଏ ପାଇଁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି, ବିଥିରୀ ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ଅଟେ । ଯଦି ଏହି ମାମଲା ଚୂଡାନ୍ତ ହୋଇଛି ଏବଂ ଇଏସଏ ଘୋଷିତ ହୁଏ ତେବେ ଖଣି, ଖନନ, ବାଲି ଖନନ, ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଏବଂ ପ୍ରଦୂଷିତ ଶିଳ୍ପ ଏହି ଅଞ୍ଚଳରେ ସମ୍ପୂର୍ଣ୍ଣ ନିଷେଧ ହେବ । ଏହା ବ୍ୟତୀତ ନିର୍ଦ୍ଧାରିତ ସୀମାଠାରୁ ଅଧିକ ନୂତନ ନିର୍ମାଣ ପ୍ରକଳ୍ପ ଏବଂ ଟାଉନସିପ୍ ବିକାଶ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବ ।

ଏହି ଡ୍ରାଫ୍ଟ କୁ ଷଷ୍ଠ ଥର ପାଇଁ ନବୀକରଣ କରାଯାଇଛି, ଯେଉଁଥିରେ ଦର୍ଶାଯାଇଛି ଯେ ୨୦ ହଜାର ବର୍ଗ ମିଟର ଏବଂ ତଦୁର୍ଦ୍ଧ୍ୱ ସମସ୍ତ ନୂତନ ଅଟ୍ଟାଳିକା ସମ୍ପ୍ରସାରଣ ପ୍ରକଳ୍ପ ଏବଂ ୫୦ ହେକ୍ଟର ଏବଂ ତା’ଠାରୁ ଅଧିକ କିମ୍ବା ୧୫୦,୦୦୦ ବର୍ଗ ମିଟର ଏବଂ ତଦୁର୍ଦ୍ଧ୍ୱ ନିର୍ମାଣ ଏବଂ ସମ୍ପ୍ରସାରଣ ପ୍ରକଳ୍ପଗୁଡିକ ସହିତ ତନ ଏବଂ ବିସ୍ତାରିତ ଟାଉନସିପ୍ ଏବଂ କ୍ଷେତ୍ର ବିକାଶ ପ୍ରକଳ୍ପ ଉପରେ ପ୍ରତିବନ୍ଧକ ଲଗାଯିବ ।

Comments are closed.