Latest Odisha News

ବର୍ଷା ଯୋଗୁଁ ସବୁ ଜଳଭଣ୍ଡାରରେ ପାଣି ଭରିଛି, ରାଜ୍ୟରେ ନାହିଁ ବନ୍ୟା ସ୍ଥିତି: ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ଚଳିତ ବର୍ଷା ଭଲ ଖବର ଆଣିଛି । ମାଲକାନଗିରିରେ ବର୍ଷା ଯୋଗୁଁ ପ୍ରଥମ ଥର ପାଇଁ ସମସ୍ତ ଜଳଭଣ୍ଡାରରେ ପାଣି ଭରିଛି । ସେ ବାଲିମେଳା ହେଉ କିମ୍ବା ମାଛକୁଣ୍ଡ ଏବେ ଜଳଭଣ୍ଡାର ଭଲ ସ୍ଥିତିକୁ ଆସିଯାଇଛି । ସବୁଠାରେ ବର୍ଷା ପାଣି କମିଛି, ଆଗକୁ ଆହୁରି ମଧ୍ୟ କମିବ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।

ସେ ଆହୁରି କହିଛନ୍ତି ଯେ, ମାଲକାନଗିରିରେ ଫ୍ଲାସ ଫ୍ଲଡ୍ ତଳିଆ ଅଞ୍ଚଳ ସବୁବେଳେ ବୁଡ଼ିଯାଏ । ସେଠାରେ ୧୫ ମିଲିମିଟର ବର୍ଷା ହୋଇଛି । ସବୁ ନଦୀ ଜଳ ବର୍ତ୍ତମାନ ବିପଦ ସଂକେତ ତଳେ ଅଛି । ଯଦିଓ ମହାନଦୀ ଉପରମୁଣ୍ଡରେ ଗତକାଲି ୨୦ ମିଲିମିଟର ବର୍ଷା ହୋଇଛି, ସ୍ଥିତି କିନ୍ତୁ ସ୍ୱାଭାବିକ ଅଛି । ନରାଜ ପାଖ ମୁଣ୍ଡୁଳିରେ ୨ ଲକ୍ଷ ୭୦ ହଜାର କ୍ୟୁସେକ ଜଳ ପ୍ରଭାହିତ ହେଉଛି । ସକାଳ ୯ ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ୬୦୮.୭୩ ଫୁଟ ପାଣି ଥିଲା. ହୀରାକୁଦକୁ ୧ ଲକ୍ଷ ୩୦ ହଜାର କ୍ୟୁସେକ ଜଳ ପଶୁଛି ଓ ସମାନ ମାତ୍ରାରେ ନିଷ୍କାସନ ହେଉଛି ।

ସେହିପରି ଆଉ ଦୁଇ ରୁ ତିନ ଦିନ ଯଦି ବର୍ଷା ହେବ ତାପରେ ସ୍ଥିତି କୁ ଦେଖି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି । ସେହିପରି ମହାନଦୀର ୬ ଟି ଗେଟ୍ ଖୋଲା ଅଛି ଓ ଖୋଲା ରହିବ । ରୁଲ କର୍ଭ ଅନୁସାରେ କାଲି ନିଷ୍ପତ୍ତି ନିଆଯିବ । ଲୋୟର ଇନ୍ଦ୍ରାବତୀର ୩ଟି ଗେଟ୍ ଖୋଲିଥିଲୁ, ଆଜି ସେହି ଗେଟ୍ ଗୁଡିକୁ ବନ୍ଦ କରାଯିବ । ତେବେ ବନ୍ୟା ର କୌଣସି ଆଶଙ୍କା ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

ସେହିପରି, ପାଞ୍ଚ ଲକ୍ଷ କ୍ୟୁସେକ ଜଳ ମୁଣ୍ଡୁଳିକୁ ପ୍ରଭାହିତ ହେବାର ଥିଲା । ହେଲେ ୪ ଲକ୍ଷ ୮୫ ହଜାର କ୍ୟୁସେକ ଜଳ ପ୍ରଭାହିତ ହେଲା । ତେଣୁ ବନ୍ୟା ନାହିଁ । ବୁଢାବଳଙ୍ଗ ର ଜଳ ସ୍ତର ବଢୁଛି । ହେଲେ ବିପଦ ସଂକେତର ୬ ମିଟର ତଳେ ରହିଛି । ସୁବର୍ଣ୍ଣରେଖା ଓ ଜଳକାର ଜଳସ୍ତର କମୁଛି ଓ ବଢୁଛି । ବଲାଙ୍ଗୀରରେ ବର୍ଷା ହୋଇଥିବାରୁ ଲୋୟର ସୁକ୍ତେଲ ଡ୍ୟାମର ଜଳ ସ୍ତର ଯଦି ୧୯୭ ମିଟର ଯାଏଁ ବୃଦ୍ଧି ପାଇବ, ତେବେ ଏହା ଭଲ ହେବ । ହେଲେ ଏବେ ଯାଏଁ ଏହାର ଜଳସ୍ତର ୧୯୪ ମିଟର ଯାଏଁ ଯାଇଛି । ଏଠାରେ ପ୍ରଥମ ଥର ବନ୍ୟା ଜଳ ବଢୁଛି । ସବୁ ଗେଟ୍ ଖୋଲିଦେଇଛୁ । କାନପୁରରେ ଯଦି ବର୍ଷା ହୁଏ ତେବେ ପାଣି ଅଟକ ରଖିବୁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି ।

Comments are closed.