Latest Odisha News

BREAKING NEWS

ନାସା ଜାରି କଲା ଭୟଙ୍କର ଭିଡିଓ; ଭାରତ ସମେତ ସାରା ଦୁନିଆରେ ବୁଲୁଛି କାର୍ବନ ଡାଇଅକ୍ସାଇଡ୍ 

ନୂଆଦିଲ୍ଲୀ: ବିଶ୍ୱ ତାପମାତ୍ରା ଯୋଗୁଁ ପୃଥିବୀର ତାପମାତ୍ରା ବୃଦ୍ଧି ପାଉଛି। ଅଧିକାଂଶ ବିକଶିତ ଦେଶ ଅଧିକରୁ ଅଧିକ କାର୍ବନ ଡାଇଅକ୍ସାଇଡ୍ ନିର୍ଗତ କରୁଛନ୍ତି। ଏହା ମଧ୍ଯରେ ଆମେରିକୀୟ ସ୍ପେସ୍ ଏଜେନ୍ସି (ନାସା) ଏକ ଭିଡିଓ ଜାରି କରିଛି, ଯେଉଁଥିରେ କାର୍ବନ ଡାଇଅକ୍ସାଇଡ୍ (Co2)ର ବାଦଲ ସମଗ୍ର ବିଶ୍ୱରେ ଦୃଶ୍ୟମାନ ହେଉଛି।

https://x.com/NASAClimate/status/1816170430161469550?t=xKy7rBZIGU6HHkmzKF6Gbg&s=19

ଭିଡିଓରେ ଦେଖିବାକୁ ମିଳୁଛି ଯେ ଭାରତ ସମେତ ସମଗ୍ର ବିଶ୍ୱରେ କାର୍ବନ ଡାଇଅକ୍ସାଇଡର ବାଦଲ ଛାଇଯାଇଛି।

ଏହି ମ୍ୟାପ ସ୍ୱତନ୍ତ୍ର କମ୍ପ୍ୟୁଟର ଏବଂ ମଡେଲ ମାଧ୍ୟମରେ ପ୍ରସ୍ତୁତ କରାଯାଇଛି। ଆମ ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ୍ କିପରି ମିଶିଯାଉଛି ତାହା ଭିଡିଓରେ ଦର୍ଶାଯାଇଛି।

ଅପରପକ୍ଷେ ନାସାର ବୈଜ୍ଞାନିକ ଲେସଲି ଓଟଙ୍କ ଅନୁଯାୟୀ ଚୀନ୍, ଆମେରିକା ଏବଂ ଦକ୍ଷିଣ ଏସିଆରେ ସର୍ବାଧିକ କାର୍ବନ ଡାଇଅକ୍ସାଇଡ୍ ନିର୍ଗତ ହେଉଛି।

କାର୍ବନ ଡାଇଅକ୍ସାଇଡର ଏହି ମାନଚିତ୍ରଟି GEOS ନାମକ ଏକ ମଡେଲ ବ୍ୟବହାର କରି ତିଆରି କରାଯାଇଥିଲା । ଏହା ଏକ ହାଇ ରିଜୋଲ୍ୟୁସନ ବିଶିଷ୍ଟ ଜଳବାୟୁ ପୁର୍ନବିଶ୍ଲେଷନ ମଡେଲ ଅଟେ। ଏହି ସିଷ୍ଟମ ମାଧ୍ୟମରେ ବାୟୁମଣ୍ଡଳର ଗତିବିଧି ଉପରେ ନଜର ରଖାଯାଏ|

ଆଫ୍ରିକା ଏବଂ ଦକ୍ଷିଣ ଆମେରିକାର ଜଙ୍ଗଲ ନିଆଁରୁ ଅଧିକ କାର୍ବନ ଡାଇଅକ୍ସାଇଡ୍ ନିର୍ଗମନ ହେଉଛି। ଏହାବ୍ୟତୀତ ତେଲ ଏବଂ କୋଇଲା ଜଳିବା କାରଣରୁ ମଧ୍ୟ କାର୍ବନ ଡାଇଅକ୍ସାଇଡ ନିର୍ଗତ ହେଉଛି।

Comments are closed.