Latest Odisha News

କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ଜାତୀୟ ଜୁନିୟର, ସବଜୁନିୟର ସନ୍ତରଣ ଚାମ୍ପିୟନଶିପ

ଭୁବନେଶ୍ୱର: ଜାତୀୟ ଜୁନିୟର ଓ ସବ ଜୁନିୟର ସନ୍ତରଣ ଚାମ୍ପିୟନଶିପ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ । ଏଠାରେ ଥିବା ଆନ୍ତର୍ଜାତୀୟ ସ୍ତରର ଆକ୍ୱାଟିକ ସେଂଟରରେ ଅଗଷ୍ଟ ୬ରୁ ୧୧ ପର୍ଯ୍ୟନ୍ତ ଏହି ସନ୍ତରଣ ଚାମ୍ପିୟନଶିପ ଆୟୋଜିତ ହେବ । ଭାରତୀୟ ସନ୍ତରଣ ଫେଡେରେଶନ ଅନୁମୋଦିତ ଓଡିଶା ସନ୍ତରଣ ଆସୋସିଏଶନ ଏବଂ ଓଡିଶା କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ମିଳିତ ଭାବେ ଏହାକୁ ଆୟୋଜିତ କରିବେ ।

ଏହା ମାଧ୍ୟମରେ ଯୁବ ପ୍ରତିଭାଙ୍କୁ ସହଜରେ ଚିହ୍ନଟ କରିହେବ ବୋଲି ଆସୋସିଏଶନ ପକ୍ଷରୁ କୁହାଯାଇଛି । ଖୁବ ଶୀଘ୍ର ଏହି ଚାମ୍ପିୟନଶିପ ସମ୍ପର୍କରେ ଅନ୍ୟ ବିବରଣୀ ପ୍ରଦାନ କରାଯିବ ବୋଲି ସଭାପତି ପ୍ରଦୀପ କୁମାର ପାଢ଼ୀ କହିଛନ୍ତି । ୨୫ ରାଜ୍ୟର ୯୦୦ରୁ ଊର୍ଦ୍ଧ୍ୱ ସନ୍ତରଣକାରୀ ଏହି ଚାମ୍ପିୟନଶିପରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି ।

Comments are closed.