Latest Odisha News

ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଗୋଲ୍ଡେନ ସ୍ଲାମ ସମ୍ପୂର୍ଣ୍ଣ କଲେ ଜୋକୋଭିଚ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ସର୍ବିୟାର ନୋଭାକ ଜୋକୋଭିଚ ଇତିହାସ ରଚିଛନ୍ତି । ପୁରୁଷ ସିଙ୍ଗଲ୍ସ ବିଭାଗରେ ସେ ସ୍ୱର୍ଣ୍ଣ ପଦକ ଜିିତିବା ସହ ଗୋଲ୍ଡେନ ସ୍ଳାମ ସମ୍ପୂର୍ଣ୍ଣ କରିଛନ୍ତି । ୫ମ ଖେଳାଳି ଭାବେ ସେ ଏହି ସଫଳତା ହାସଲ କରିଛନ୍ତି । ଫାଇନାଲରେ ସେ ସ୍ପେନର କାର୍ଲୋସ ଆଲକାରେଜଙ୍କୁ ୭-୬, ୭-୬ ସିଧାସଳଖ ସେଟରେ ପରାସ୍ତ କରିଥିଲେ । ଜୋକୋଭିଚଙ୍କ ପୂର୍ବରୁ ଷ୍ଟେଫି ଗ୍ରାଫ, ଆନ୍ଦ୍ରେ ଆଗାସୀ, ରାଫେଲ ନାଡାଲ ଓ ସେରେନା ୱିଲିୟମ୍ସ ଗୋଲ୍ଡେନ ସ୍ଲାମ ପୂରଣ କରିଥିଲେ ।

ଅଷ୍ଟ୍ରେଲିଆନ ଓପନ, ଫ୍ରେଂଚ ଓପନ, ୱିମ୍ବେଲଡେନ, ୟୁଏସ ଓପନ ବ୍ୟତୀତ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିିତିବା ପରେ ଜଣେ ଖେଳାଳିଙ୍କ ଗୋଲ୍ଡେନ ସ୍ଲାମ ସମ୍ପୂର୍ଣ୍ଣ ହୋଇଥାଏ । ଆଲକାରେଜ ରୌପ୍ୟ ପଦକ ହାସଲ କରିଥିବା ବେଳେ ଇଟାଲୀର ଲୋରେଞ୍ଜୋ ମୁସେଟି ବ୍ରୋଞ୍ଜ ପଦକ ଜିତିଛନ୍ତି । ଜୋକୋଭିଚ ସବୁଠାରୁ ବୟସ୍କ ଖେଳାଳି ଭାବେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

Comments are closed.