Latest Odisha News

BREAKING NEWS

ଭାନ୍ଦେରସେଙ୍କ ବୋଲିଂରେ ଟିମ ଇଣ୍ଡିଆ ଧରାଶାୟୀ, ୩୨ ରନରେ ଜିତିଲା ଶ୍ରୀଲଙ୍କା

କଲମ୍ବୋ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିିନକିଆ କ୍ରିକେଟ ମ୍ୟାଚରେ ଜେଫରୀ ଭାନ୍ଦେରସେଙ୍କ ଚମତ୍କାର ବୋଲିଂ ବଳରେ ଶ୍ରୀଲଙ୍କା ୩୨ ରନରେ ଭାରତକୁ ପରାସ୍ତ କରିଛି । ପ୍ରଥମ ଦିନିକିଆ ଟାଇ ରହିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କା ବିଜୟ ହାସଲ କରି ଭାରତକୁ ଚାପରେ ପକାଇଛି । ସିରିଜ ଡ୍ର ରଖିବାକୁ ହେଲେ ଟିମ ଇଣ୍ଡିଆକୁ ଅନ୍ତିମ ଦିିନିକିଆ ଜିତିବାକୁ ପଡିବ । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୯ ୱିକେଟ ବିନିମୟରେ ୨୪୦ ରନ କରିଥିଲା । ଅଭିଷ୍କା ଫର୍ଣ୍ଣାଣ୍ଡୋ ୪୦, କାମିନ୍ଦୁ ମେଣ୍ଡିସ ୪୦ ଓ ଡୁନିଥ ୱେଲାଗେ ୩୯ ରନ କରିଥିଲେ । ଭାରତ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ୩ଟି ଏବଂ କୂଲଦୀପ ଯାଦବ ୨ଟି ୱିକେଟ ନେଇଥିଲେ ।

୨୪୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଟିମ ଇଣ୍ଡିଆ ଭଲ ଆରମ୍ଭ କରିଥିଲା । ପ୍ରଥମ ୱିକେଟରେ ୯୭ ରନ ଯୋଗ କରିବା ପରେ ରୋହିତ ଶର୍ମା ୬୪ ରନ କରି ଆଉଟ ହୋଇଥିଲେ । ଶୁଭମନ ଗିଲ ୩୫ ଓ ଅକ୍ଷର ପଟେଲ ୪୪ ରନ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାନ୍ଦେରସେଙ୍କ ବୋଲିଂର ଉଚିତ ମୁକାବିଲା କରିପାରି ନ ଥିଲେ । ସେ ୩୩ ରନରେ ୬ଟି ୱିକେଟ ଅକ୍ତିଆର କରିଥିଲେ । ଚାରିଥ ଆସଲଙ୍କା ୩ଟି ୱିକେଟ ନେଇଥିଲେ । ୨ ୱିକେଟ ବିନିମୟରେ ୧୧୬ ରନ କରିଥିବା ଭାରତ ୧୪୭ ରନରେ ୬ଟି ୱିକେଟ ହରାଇ ବିପଦରେ ପଡିଥିଲା । ଅକ୍ଷର ପଟେଲଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସଂଘର୍ଷ କରିପାରି ନ ଥିଲେ ।

Comments are closed.