Latest Odisha News

BREAKING NEWS

ଉତ୍ତର କୋରିଆ ରେସଲର ଉଦ୍ଦେଶ୍ୟମୂଳକ ଭାବେ ନିଶାଙ୍କୁ ଆହତ କରିଛନ୍ତି: କୋଚ ବୀରେନ୍ଦ୍ର

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ମହିଳା ରେସଲର ୬୮ କିଗ୍ରା କ୍ୱାର୍ଟର ଫାଇନାଲ ମୁକାବିଲାରେ ଆଘାତସମସ୍ୟା ଯୋଗୁ ପରାଜିତ ହୋଇଛନ୍ତି । ମଙ୍ଗଳବାର ଜାତୀୟ କୋଚ ବୀରେନ୍ଦ୍ର ଦାହିୟା ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ନିଶାଙ୍କୁ ବିଜୟୀ ହେବାରେ ରୋକିବା ପାଇଁ ତାଙ୍କୁ ଜାଣିଶୁଣି ଆଘାତପ୍ରାପ୍ତ କରାଯାଇଛି । କୋରିଆର ପ୍ରତିଯୋଗୀ ହାରୁଥିବା ବେଳେ ତାଙ୍କ ଶିବିରରୁ କିଛି ସଙ୍କେତ ଆସିଥିଲା । ଏହା ପରେ ପରେ ନିଶା ଆଘାତପ୍ରାପ୍ତ ହୋଇଥିଲେ । ଏହି ଘଟଣାର ତଦନ୍ତ କରାଯାଉ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଉତର କୋରିଆର ପାକ ସୋଲ ଗମ ବିପକ୍ଷ ମୁକାବିଲାରେ ନିଶା ୮-୨ରେ ଅଗ୍ରଣୀ ରହିଥିଲେ । ଆଉ ମାତ୍ର ୩୩ ସେକେଣ୍ଡ ମୁକାବିଲା ବାକି ଥିଲା । ହଠାତ ନିଶାଙ୍କ ଡାହଣ ହାତ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିଲା । ସେ ଅସହ୍ୟ ଯନ୍ତ୍ରଣାରେ ଚିତ୍କାର କରୁଥିବା ବେଳେ ଏହି ଆଘାତ ସମସ୍ୟାର ଫାଇଦା କୋରିଆ ପ୍ରତିଯୋଗୀ ଉଠାଇଥିଲେ । ଶେଷରେ ନିଶା ପରାଜିତ ହୋଇଥିଲେ ।

Comments are closed.