Latest Odisha News

ରାଜ୍ୟସଭାରେ ଜଗଦୀପ ଧନଖଡ ଓ ଜୟାଙ୍କ ମଧ୍ୟରେ କଥା କଟାକଟି, ସାଂସଦ ଆଣିଲେ ଏପରି ଅଭିଯୋଗ

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ଏବଂ ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ମଧ୍ୟରେ କଥା କଟାକଟି ହୋଇଛି । କଥା କଟାକଟି ଶେଷ ହେବା ପରେ ଜୟା ବଚ୍ଚନ ଗୃହ ବାହାରେ ଗଣମାଧ୍ୟମ ସହ କଥା ହୋଇ ଜଗଦୀପ ଧନଖଡଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଜୟା ବଚ୍ଚନ ଜଗଦୀପ ଧନଖଡଙ୍କ କହିବା ଶୈଳୀକୁ ନେଇ ଆପତ୍ତି କରିଥିଲେ ।

ଜୟା କହିଛନ୍ତି ଯେ, ସେ ଜଣେ ଅଭିନେତ୍ରୀ, କଳାକାର, ସ୍ୱର ବୁଝନ୍ତି ଏବଂ ଅଧ୍ୟକ୍ଷଙ୍କ ସ୍ୱର ବା ଶରୀର ଭାଷା ଠିକ୍ ନୁହେଁ । ଏହା ଉପରେ ଜଗଦୀପ ଧନଖଡ କହିଛନ୍ତି ଯେ, ଅବଶ୍ୟ ତୁମେ ସ୍ୱର ବୁଝୁଛ, କିନ୍ତୁ ଜଣେ ଅଭିନେତାଙ୍କୁ ନିର୍ଦ୍ଦେଶକଙ୍କ କଥା ଶୁଣିବାକୁ ପଡିବ । ମୁଁ ଏଠାରେ ନିର୍ଦ୍ଦେଶକ, ତେଣୁ ମୋ କଥା ଶୁଣ, ବସ ।

ଗୃହରୁ ବାହାରକୁ ଆସିବା ପରେ ଜୟା ବଚ୍ଚନ କହିଛନ୍ତି, ଯେପର୍ଯ୍ୟନ୍ତ ସେ (ଜଗଦୀପ ଧନଖଡ) ଚେୟାରରେ ବସିଛନ୍ତି, ଠିକ୍ ଅଛି, କିନ୍ତୁ ଗୃହ ବାହାରେ ସେ ଜଣେ ସାଧାରଣ ସାଂସଦଙ୍କ ପରି । ସେ ଆମର ଅନ୍ନଦାତା ନୁହଁନ୍ତି । ବାଚସ୍ପତିଙ୍କ ସ୍ୱରକୁ ସମାଲୋଚନା କରିଛନ୍ତି । ମୂର୍ଖ ପରି ଶବ୍ଦ ବ୍ୟବହାର କରୁଛନ୍ତି । ସେ କହିଥିଲେ, ‘ଆପଣ ଜଣେ ସେଲିବ୍ରିଟି ହୋଇପାରନ୍ତି, କିନ୍ତୁ ମୋର କୌଣସି ଫରକ ପଡୁନି ।’ ଏହା ଉପରେ ମୁଁ କହିଲି ଯେ ମୁଁ ଜଣେ ସାଂସଦ ଏବଂ ମୋତେ କହିବାକୁ ଦିଅ । ସେ କ୍ଷମା ମାଗିବା ଉଚିତ୍ । ସେ ଚେୟାରରେ ବସିଛନ୍ତି ତେଣୁ ତାଙ୍କୁ ଫରକ ପଡିବା ଉଚିତ୍ “

Comments are closed.