Latest Odisha News

BREAKING NEWS

୧୦୯ ଭେରାଇଟିର ୬୧ଟି ଶସ୍ୟ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କୃଷକ ଓ ବୈଜ୍ଞାନିକଙ୍କ ସହ ଆଲୋଚନା କଲେ ମୋଦୀ । ଚାଷୀଙ୍କ ସହ କ୍ଷେତରେ ବୁଲିବା ସହ କଥା ହେଲେ ପ୍ରଧାନମନ୍ତ୍ରୀ। ସେପଟେ ଦିଲ୍ଲୀରେ ଭାରତ କୃଷି ଗବେଷଣା ବିଶ୍ବବିଦ୍ୟାଳୟରେ ଅଧିକ ଉତ୍ପାଦିତ ହେଉଥିବା ୧୦୯ ପ୍ରକାରର ଫସଲର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ଏହି ବିହନ ଜଳବାୟୁ ଅନୁକୂଳ ଏବଂ ଜୈବ ସଶକ୍ତ । ଏହି କିସମର ବିହନ କୃଷକଙ୍କୁ କମ୍‌ ପରିଶ୍ରମରେ ଅଧିକ ଉତ୍ପାଦନ ଦେବା ସହିତ ପର୍ଯ୍ୟାବରଣ ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଫସଲର ଏହି ଉନ୍ନତ କିସମ ବିହନର ମହତ୍ତ୍ଵକୁ ନେଇ ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକେ ଏବେ ପୁଷ୍ଟିକର ଖାଦ୍ୟ ଆଡ଼କୁ ଢ଼ଳୁଛନ୍ତି । ପ୍ରାକୃତିକ ପଦ୍ଧତି ଏବଂ ଜୈବିକ ପଦ୍ଧତିର ଚାଷକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜୈବିକ ଚାଷରେ ଉତ୍ପାଦନ ହେଉଥିବା ଖାଦ୍ୟ ପଦାର୍ଥକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି । ତେଣୁ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି ।

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିବା ୧୦୯ ଭେରାଇଟିର ୬୧ଟି ଶସ୍ୟ ମଧ୍ୟରେ ୩୪ଟି କ୍ଷେତ ଫସଲ ଏବଂ ୨୭ ଟି ଉଦ୍ୟାନ କୃଷି ଫସଲ ଅନ୍ତର୍ଭୁକ୍ତ । କ୍ଷେତ ଫସଲରେ ମିଲେଟ୍, ଚାରା ଫସଲ, ତୈଳବୀଜ, ଡାଲି, ଆଖୁ, କପା, ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ଫସଲ ରହିଛି । ସେହିପରି ଉଦ୍ୟାନ କୃଷି ଫସଲରେ ବିଭିନ୍ନ ପ୍ରକାରର ଫଳ, ପନିପରିବା, ବୃକ୍ଷରୋପଣ ଫସଲ, ଭୁମିତଳ ଫସଲ, ମସଲା, ଫୁଲ ଏବଂ ଔଷଧୀୟ ଫସଲ ଅନ୍ତର୍ଭୁକ୍ତ ।

Comments are closed.